7

ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ବେରୀ ଜର୍ମନଙ୍କ ପରଲୋକ

ଅଷ୍ଟ୍ରେଲିଆ : ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ତଥା ଆଇସିସି ମ୍ୟାଚ ରେଫରୀ ବେରୀ ଜର୍ମନଙ୍କ ୮୪ବର୍ଷ ବୟସରେ ଶନିବାର ପରଲୋକ ହୋଇଯାଇଛି। ଏଥି ନେଇ ଦକ୍ଷିଣ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ଅଷ୍ଟ୍ରେଲିଆର ଅନ୍ୟତମ ସଫଳ ଖେଳାଳି ଭାବେ ପରିଚିତ ଜର୍ମନ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବେ ୧୯୫୯ରେ କାନପୁରରେ ଭାରତ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ। ମୋଟ ୧୯ଟି ଟେଷ୍ଟ ମ୍ୟାଚ ଖେଳି ୧୪.୮୧ ପ୍ରତିଶତ ହାରରେ ଦୁଇଟି ଅର୍ଦ୍ଧଶତକ ସହ ୪୦୦ରନ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!