41

ସାମ୍ବାଦିକ ଏବଂ ପୋଲିସକୁ ମାଡମାରି ଗିରଫ ହେଲେ ୨ଡାକ୍ତର ସହ ୬ସହଯୋଗୀ

କେନ୍ଦ୍ରାପଡା,୧/୮(ଓଡ଼ିଆନ୍ ମିଡ଼ିଆ) : ସାମ୍ବାଦିକ ଓ ପୋଲିସକୁ ଆକ୍ରମଣକରି ୨ଡାକ୍ତରଙ୍କ ସମେତ ୬ସହଯୋଗୀ ଗିରଫ ହୋଇଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ଶୁକ୍ରବାର ରାତି ପ୍ରାୟ ସାଢେ ୮ଟା ସମୟରେ ଫୋକସପ୍ଲସ ଚାନେଲର ପ୍ରତିନିଧି ସୁନିଲ କୁମାର ମହାପାତ୍ର ଏକ ବିଶେଷ ସୁତ୍ରରୁ ଖବରପାଇ ସାନ୍ତସାହିସ୍ଥିତ ଦୁର୍ଗା ନର୍ସିଂହୋମକୁ ଯାଇ ସେଠାରେ କୋଭିଡ ନିୟମକୁ ଉଲ୍ଲଙ୍ଘନ କରାଯାଇ ସାମାଜିକ ଦ୍ୱରତା ରକ୍ଷା ନକରାଯାଇ ଭିଡ ହୋଇଥିବାର ଦେଖି ଫଟୋ ଉଠାଉଥିବା ସମୟରେ ତାଙ୍କୁ ଡା. ଶୁବାଶିଷ ସାହୁ ଓ ଦେବାଶିଷ ସାହୁଙ୍କ ସମେତ ସେହି ନର୍ସିଂହୋମର ୮/୧୦ଜଣ ଷ୍ଟାଫ ହଠାତ ଅଶ୍ଳିଳ ଭାଷାରେ ତାଙ୍କୁ ଗାଳିଗୁଲଜ କରିବା ସହ ଦୁଇ ଡାକ୍ତର ଶୁବାଶିଷ ଓ ଦେବାଶିଷ ଜୀବନରେ ମାରିଦେବା ଉଦେଶ୍ୟରେ ତାଙ୍କ ତଂଟି ଚିପି ଧରିଥିଲେ । ଏହି ସମୟରେ ସୁନିଲଙ୍କ ସହଯୋଗୀ ଜୀତେନ୍ଦ୍ର ସେଠାରେ ପହଁଚି ଏଭଳି ନକରିବାକୁ କହିବାରେ ସେମାନେ ଜୀତେନ୍ଦ୍ରଙ୍କୁବି ମାଡମାରିଥିଲେ । ଏଥିସହିତ ସୁନିଲଙ୍କ ମୋବାଇଲ ଓ ବାଇକ ତାଙ୍କ ଠାରୁ ଛଡାଇ ରଖିଥିଲେ । ଏସମ୍ପର୍କରେ ସୁନିଲ ଟାଉନ ଥାନାରେ ଅଭିଯୋଗ କରିବା ପରେ ଟାଉନ ଥାନା ଭାରପ୍ରାପ୍ତ ଇନିସପେକ୍ଟର ଜ୍ୟୋତରଞ୍ଜନ ସାମନ୍ତରାୟଙ୍କ ନିର୍ଦେଶରେ ସବଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲି ତଦନ୍ତ ପାଇଁ ପୋଲିସ ଫୋର୍ସ ସହ ଘଟଣାସ୍ଥଳକୁ ଯାଇ ସେଠାରେ ପ୍ରାୟ ରାତି ୧୦ଟା ୧୦ମିନିଟ ସମୟରେ ପହଁଚି ତଦନ୍ତ ଆରମ୍ଭ କରିବାରେ ଦୁର୍ଗା ନର୍ସିଂହୋମର ମାଲିକ ଡାକ୍ତର ପର୍ଶୁରାମ ସାହୁଙ୍କ ୨ପୁଅ ଦେବାଶିଷ ଓ ଶିବାଶିଷ ପୂର୍ବପ୍ରସ୍ତୁତି ଅନୁଯାଇ ଅନ୍ୟ ୮/୧୦ଜଣ ଷ୍ଠାଫଙ୍କ ସହ ପୋଲିସ ସମ୍ମୁଖକୁ ଆସି ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ତଦନ୍ତ କରିବାରେ ବାଧା ଉପୁଜାଇଥିଲେ । ସେମାନେ ପୋଲିସକୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ମାଡମାରିଥିବା ଓ ଧମକଚମକ ଦେଇଥିବା ମଧ୍ୟ ସବଇନିସପେକ୍ଟର ଶ୍ରୀ ଜାଲି ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ଏଥିସହିତ ସବଇନିସପେକ୍ଟର ଶ୍ରୀ ଜାଲିଙ୍କୁ ଠେଲି ସେହି ନର୍ସିଂହୋମ ପରିସରରେ ଥିବା ଔଷଧ ଦୋକାନପାଖକୁ ନେଇଯାଇ ଜୀବନରେ ମାରିଦେବା ଉଦେଶ୍ୟରେ ତାଙ୍କ ତଂଟିଚିପିଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । କିଛି ସମୟ ପାଇଁ ସେଠାରେ ବେହୋସ ହୋଇପଡିଥିବା ସବଇନିସପେକ୍ଟର ଶ୍ରୀ ଜାଲି ପୋଲିସ ଷ୍ଠାଫଙ୍କ ଯୋଗୁଁ ସେମାନଙ୍କ କବଳରୁ ବଂଚି ଯାଇଥିବା ଅଭିଯୋଗ କରିଛନ୍ତି । ସୁନିଲଙ୍କ ଅଭିଯୋଗ କ୍ରମେ ଟାଉନ ଥାନା ପୋଲିସ କେଶ ନମ୍ବର ୧୨୬/୨୦୨୦ରେ ଆଇପିସିର ଧାରା ୩୪୧, ୩୨୩, ୨୯୪, ୫୦୬, ୩୦୭, ୩୭୯ ଓ ୩୪ ଦଫାରେ ମାମଲା ରୁଜୁ କରିଥିବା ବେଳେ ସବଇନିସପେକ୍ଟର ଶ୍ରୀ ଜାଲିଙ୍କ ଅଭିଯୋଗ ଉପରେ ଥାନା କେଶ ନମ୍ବର ୧୨୭/୨୦୨୦ରେ ଆଇପିସିର ଧାରା ୧୪୭, ୩୫୩, ୩୩୨, ୩୩୩, ୨୯୪, ୩୦୭, ୫୦୬ ଓ ୧୪୯ ଦଫାରେ ମାମଲା ରୁଜୁକରି ଅଭିଯୁକ୍ତ ସାନ୍ତସାହି ଦୁର୍ଗା ନର୍ସିଂହୋମର ପର୍ଶୁରାମ ସାହୁଙ୍କ ପୁଅ ଦେବାଶିଷ ସାହୁ(୩୭), ଶିବାଶିଷ ସାହୁ(୩୭), ନର୍ସିଂହୋମର ଷ୍ଟାଫ ବାଲେଶ୍ୱର ଜିଲ୍ଲା ସିଙ୍ଗଲା ତାନା ଅନ୍ତର୍ଗତ ନଇକୁଡି ଗ୍ରାମର ମହେଶ୍ୱର ଭଞ୍ଜଙ୍କ ପୁଅ ସୁଜୟ ଭଞ୍ଜ(୨୭), କଟକ ଜିଲ୍ଲାର ଚୈାଦ୍ୱାର ଥାନା ଅନ୍ତର୍ଗତ ବନିପଦା ଗ୍ରାମର ବସନ୍ତ ପ୍ରଧାନଙ୍କ ପୁଅ ସୁଶାନ୍ତ ପ୍ରଧାନ(୩୨) ଓ ଶରତ ଚନ୍ଦ୍ର ପ୍ରଧାନଙ୍କ ପୁଅ ଶିଶିର ଚନ୍ଦ୍ର ପ୍ରଧାନ(୩୫), ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ଗ୍ରାମର କେଶବ ଜେନାଙ୍କ ପୁଅ ମାନସ ଜେନା(୨୫), କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଡଜରିଆ ଗ୍ରାମର ସୂର୍ଗତ ଶ୍ରୀଧର ଦାସଙ୍କ ପୁଅ ସୁରେଶ ଚନ୍ଦ୍ର ଦାସ(୨୨) ଓ କଟକ ଜିଲ୍ଲାର ଚୈାଦ୍ୱାର ଥାନା ଅନ୍ତର୍ଗତ ବଡସାମନ୍ତରାପୁର ଗ୍ରାମର ତ୍ରୈଲୋକ୍ୟ ରାଉତଙ୍କ ପୁଅ ପବିତ୍ର ରାଉତ(୨୧) । ଟାଉନ ଥାନା ପୋଲିସ ଶନିବାର ୨ଡାକ୍ତରଙ୍କ ସମେତ ଅନ୍ୟ ୬ଜଣଙ୍କୁ କେନ୍ଦ୍ରାପଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସରିତା ପଣ୍ଡାଙ୍କ କୋର୍ଟକୁ ଚାଲାଣ କରିଥିଲେ । ପ୍ରଥମ ଶ୍ରେଣୀ ବିଭାଗୀୟ ମ୍ୟାଜିଷ୍ଟ୍ରେଟ ଅଭିଯୁକ୍ତମାନଙ୍କ ଜାମିନକୁ ମଞ୍ଜୁର କରିଥିବା ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!