ଓଡିଆନ୍ ନ୍ୟୁଜ

225

ବିଜୁବାବୁ ଏ ଅଞ୍ଚଳକୁ ଭଲ ପାଉଥିଲେ ମୁଁ ମଧ୍ୟ ଭଲ ପାଉଛି’-ନବୀନ ପଟ୍ଟନାୟକ ,ମହାକାଳପଡ଼ାରେ ବୃହତ୍ତ ପାନୀୟ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

Team Odian News |

ବିଜୁବାବୁ ଏ ଅଞ୍ଚଳକୁ ଭଲ ପାଉଥିଲେ ମୁଁ ମଧ୍ୟ ଭଲ ପାଉଛି’-ନବୀନ ପଟ୍ଟନାୟକ
ମହାକାଳପଡ଼ାରେ  ବୃହତ୍ତ ପାନୀୟ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ମହାକାଳପଡ଼ା, ୮/୧୨(ନି.ପ୍ର): ଆପଣ ମାନେ ବହୁତ ଖୁସିତ ମୁଁ ବହୁତ ଖୁସି  । ଆଜି କେନ୍ଦ୍ରାପଡ଼ା ଜିଲାକୁ ଆସି ବହୁତ ଖୁସି ଲାଗୁଛି  । ବିକାଶ ସରକାରଙ୍କର ଏକମାତ୍ର ଏଜେଣ୍ଡା, ମହାକାଳପଡ଼ାରେ ଏକ ନଦୀ ଭିତ୍ତିକ ବନ୍ଦର ନିର୍ମାଣ କରାଯିବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି  ।   ପିଇବା ପାଣିର ସମସ୍ୟା ଦୂର ହେବ ।  ଆପଣମାନଙ୍କର ଅଞ୍ଚର ସମସ୍ୟା ମଧ୍ୟ ଦୂର ହେବ  ।  ଏହି ପାନୀୟ ଜଳ ପ୍ରକଳ୍ପ ଠିକ୍‍ ସମୟରେ ଶେଷ ହେବ  । ଆପଣମାନଙ୍କ ଟଙ୍କା ଓଡ଼ିଶାବାସୀଙ୍କ ଟଙ୍କା  । ମହାକାଳପଡ଼ା ବ୍ଲକ୍‍ର ୧୪୮ ଗୋଟି ଗାଁ ଓ ମାର୍ଶାଘାଇ ବ୍ଲକ୍‍ର ୫୨ଗୋଟି ଗାଁକୁ ମିଳିବ ବିଶୁଦ୍ଧ ପିଇବା ପାଣି  । ପ୍ରାୟ ୨୪୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ପାନୀୟଜଳ ପ୍ରକଳ୍ପ  ଦୁଇ ଶହ ଗ୍ରାମର ଲୋକମାନଙ୍କୁ ଯୋଗାଇ ଦିଆଯିବ  । ମହାକାଳପଡ଼ାରେ ଏବେ ବିକାଶର ଯୁଗ ଆରମ୍ଭ ହୋଇଛି  । ବିଜୁ ବାବୁ ଏ ଅଞ୍ଚଳକୁ ଭଳ ପାଉଥିଲେ ମୁଁ ମଧ୍ୟ ଏ ଅଞ୍ଚଳକୁ ଭଲ ପାଉଛି ବୋଲି  କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‍ର ସରୁମୁହିଁ ଠାରେ ‘ବସୁଧା’ ସମସ୍ତଙ୍କ ପାଇଁ ପିଇବା ପାଣି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  କରକମଳରେ  ବୃହତ୍ତ ପାନୀୟ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ  ଦେବା ଅବସରରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  । ମହାକାଳପଡ଼ାର ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମାନ୍ୟବର ପଞ୍ଚାୟତରାଜ ଓ ପାନୀୟ ଜଳ, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗଦେଇ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହେ ତାହା କାମରେ ଦେଖାଏ   । ହୁଡ଼୍‍ ହୁଡ଼୍‍ ଫାଇଲିନ୍‍ ପ୍ରାକୃତିକ ବିପର୍ଯ୍ୟୟ ସମୟରେ  ସଫଳତାର ସହିତ ମୁକାବିଲା କରିଛନ୍ତି  । ସେ ସମୟରେ  ଶୋଇପାରି ନାହାଁନ୍ତି ଆମ ମୁଖ୍ୟମନ୍ତ୍ରୀ  । ନବୀନ ପଟ୍ଟନାୟକ ଜଣେ ଯୁଗପୁରୁଷ  ।  ମହାକାଳପଡ଼ା ଅଞ୍ଚଳର ସବୁ ସମସ୍ୟା ଦୂର ହେବ ବୋଲି ସେ କହିଥିଲେ  ।   ମାନ୍ୟବର ସାଂସଦ ପ୍ରତାପ ଦେବ ଏହି ଉତ୍ସବରେ ଯୋଗଦେଇ କହିଛନ୍ତିଯେ, ସାଧାରଣତଃ ଗାଁ ଗଣ୍ଡାରେ ପାନୀୟ ଜଳ ସମସ୍ୟା କଥା ଲୋକେ କହିଥାନ୍ତି, ଶହଶହ ନଳକୂପ ଖୋଳା ଚାଲିଛି  । ମହାକାଳ ପଡ଼ାରେ ମେଗା ପ୍ରୋଜେକ୍ଟ ହେଉଛି ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରେୟ  । ବିରୋଧୀ କହନ୍ତି, ସେ କିଛି କାମ କରନ୍ତି ନାହିଁ । ହେଲେ ଆମ ମୁଖ୍ୟମନ୍ତ୍ରୀ ଯାହା କହନ୍ତି ତାହା କରି ଦେଖାଇଦିଅନ୍ତି । ଛୋଟ ସାପର ବିଷ ପ୍ରଖର  । ବେଳେ ବେଳେ ମୁଁ ଆପଣଙ୍କ ବିଧାୟକଙ୍କ ପରାମର୍ଶ ମଧ୍ୟ ନିଏ  । ଆଗକୁ ଘମାଗୋଟ ଲଢ଼େଇ ହେବ  । ଆପଣଙ୍କର ଅତନୁ ବାବୁ ଗେଢ଼ା ହେଲେ କଣ ହେବ ଖରସ୍ରୋତାର ନଦୀ ଠାରୁ ପ୍ରଖର ବୋଲି ଶ୍ରୀମହାରାଥୀ ନାଟକୀୟ ଢ଼ଙ୍ଗରେ କହି ସଭାରେ ହାସ୍ୟରୋଳ କହିଥିଲେ  । ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲା କହିଥିଲେ ଯେ, ୧୯୭୧ ମହାବାତ୍ୟା କଥା ମନେ ପଡ଼ିଲେ ଆଜି ବି ବିଜୁ ବାବୁଙ୍କ କଥା ମନେ ପଡ଼େ  । ମହାକାଳପଡ଼ାର ଜମ୍ବୁ ଅଞ୍ଚଳକୁ ଆସିଥିଲେ   । ସେତେବେଳେ କହିଥିଲେ ଯେତିକି ମଲେ ଆଉ ଜଣେ ଲୋକକୁ ବି ମାରିବାକୁ ଦିଆଯିବ ନାହିଁ ବୋଲି କହି ତାଙ୍କର ଏହି ଅଞ୍ଚଳକୁ ରହିଥିବା ଭଲ ପାଇବା ସ୍ୱତନ୍ତ୍ର ଭାବେ ବାରି ହୋଇପଡ଼ୁଥିଲା  । ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଥିଲେଯେ, ମା’ରାମ ଚଣ୍ଡୀ ମା’ ମନସାଦେବୀଙ୍କ ଆଶୀର୍ବାଦ ରହିଛି ଆମ ଦଳ ଉପରେ ଆମ ମାନଙ୍କ ଉପରେ  । ଆମ ଅଞ୍ଚଳରେ ମତ୍ସ୍ୟଜିବୀଙ୍କ ସମସ୍ୟା ରହିଛି  । ବିଜେଡ଼ି ସରକାର ସେମାନଙ୍କର ସମସ୍ୟା ଦୂର କରିବ  । ବଙ୍ଗୋଭାଷାଭାଷୀ ଲୋକମାନଙ୍କର ଜମିଜମା ସମସ୍ୟା ରହିଛି  । ସେସବୁର ସମାଧାନ ପାଇଁ ଆମ ସରକାରଙ୍କ ପକ୍ରିୟା ଆରମ୍ଭ କରିଛନ୍ତି  । ମହକାଳପଡ଼ାବାସୀଙ୍କ ହୃଦୟରେ ନବୀନ ପଟ୍ଟନାୟକ ଅଛନ୍ତି, ଆଗାମୀ ଦିନରେ ରହିବେ  । ଥରେ ମାଉସୀ କହୁଥିଲେ ଗରା କାଖେଇ କାଖେଇ ମୋ ଜୀବନ ଗଲାଣିରେ ପୁଅ  ।  ସେ ସମୟର ଦୟନୀର ଚିତ୍ରର ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି  । କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି କିଛି ବିରୋଧୀ  । ସେମାନଙ୍କର ଏଠି ଦୁବ କଅଁଳିବ ନାହିଁ  । ମହାକାଳପଡ଼ା ଅଞ୍ଚଳରେ ଯୁବକ ଯୁବତୀ ମାନଙ୍କ ପାଇଁ ନୂତନ ସୁର୍ଯ୍ୟେଦୟ ଆରମ୍ଭ ହୋଇଛି ବୋଲି କହିଥିଲେ  । କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ,  ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ, ଦେଓ ରଞ୍ଜନ ସିଂ ପ୍ରମୁଖ ମଞ୍ଚାସୀନ ରହିଥିଲେ  ।  ହରିବୋଲ ହୁଳହୁଳି ଶଙ୍ଖ ଧ୍ୱନୀରେ ଫାଟିପଡ଼ିଥିଲା ସଭାସ୍ଥଳୀ ରେଡ଼କ୍ରସ ପଡ଼ିଆ ଠାରେ ଆୟୋଜିତ ଏହି ଉତ୍ସବରେ ପ୍ରାୟ ୫୦ ହଜାରରୁ ଅଧିକ ଜନସମାଗମ ହୋଇଥିଲା  । ୧୧ଟା ୫୦ରେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ମଖ୍ୟମନ୍ତ୍ରୀ ଅବତରଣ କରିଥିଲେ  । ୪୦ ମିନିଟରୁ ଅଧିକ ସମୟ ରହି ପୁଣି ଭୁବନେଶ୍ୱର ଫେରିଯାଇଥିଲେ  । ଆଇଜି ସୌମେନ୍ଦ୍ର ପ୍ର୍ରିୟଦର୍ଶୀ, ଏସ୍‍ପି ନିତି ଶେଖର, ବିଧାୟକ ଶ୍ରୀନାୟକ ଏବଂ ଜିଲାପାଳ ଶ୍ରୀଶତପଥୀ ପୁଷ୍ପ ଗୁଚ୍ଛ ପ୍ରଦାନ କରି ମୁଖ୍ୟମନ୍ତ୍ରୀଙ୍କୁ ସଭା ମଞ୍ଚକୁ ପାଛୋଟି ଆଣିଥିଲେ  । ସରୁମୁହିଁ କୋଚିଳା ଗ୍ରାମର ଗ୍ରାମାବସୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ  । ଶେଷରେ ଜିଲାପାଳ ଦାଶରଥି ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ  । ବ୍ୟାପକ ପୁଲିସ ମୃତୟନ ହୋଇଥିଲେ  । ଏତେ ସଂଖ୍ୟକ ଜନସମାଗମକୁ ଦେଖି ସମସ୍ତେ ଆଜି ସ୍ତବ୍ଧ ହୋଇଯାଇଥିଲେ  । ବିଧାୟକ ଶ୍ରୀନାୟକଙ୍କ ସଂଗଠନ, ଦଳୀୟପ୍ରୀତି ସାଙ୍ଗକୁ ଲୋକପ୍ରିୟତା ଆଜି ବାରି ହୋଇପଡ଼ୁଥିଲା  । ଯାହାକୁ ଦେଖି ବିରୋଧୀମାନେ ଫିକା ପଡ଼ିଯାଇଛନ୍ତି  ।