ଓଡିଆନ୍ ନ୍ୟୁଜ

145

୫-୧ ଗୋଲରେ କାନାଡାକୁ ପରାସ୍ତ କଲା ଭାରତ

Team Odian News |

 
ଭୁବନେଶ୍ୱର,/୧୨(ଓଡ଼ିଆନ ନ୍ୟୁଜ ): ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଆଜିର ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚରେ  ଭାରତୀୟ ଖେଳାଳିମାନେ ପ୍ରଶଂସନୀୟ ପଦ୍ରଦର୍ଶନ କରିଛନ୍ତି। ଭାରତ ୫-୧ ଗୋଲରେ କାନାଡାକୁ ପରାସ୍ତ କରିଛି। ପ୍ରଥମ କ୍ୱାର୍ଟରରେ ଭାରତ ପ୍ରଥମ ଗୋଲ ଦେଇଥିଲା। ଦ୍ୱିତୀୟ କ୍ୱାର୍ଟରରେ କାନାଡା ଏକ ଗୋଲ ଦେଇ ମ୍ୟାଚ ସମାନ ସ୍ତରକୁ ଆଣିଥିଲା। ମାତ୍ର ପରବର୍ତ୍ତୀ ସମୟରେ ଅଳ୍ପ ସମୟ ବ୍ୟବଧାନ ମଧ୍ୟରେ ଭାରତ କ୍ରମାଗତ ଭାବରେ ୨ଟି ଗୋଲ ଦେଇ ମ୍ୟାଚ ୪-୧ରେ ଆଗକୁ ବଢ଼ିଥିଲା। କାନାଡା ବିପକ୍ଷରେ ଆଜି ଭାରତର ଶେଷ ଲିଗ୍‌ ମ୍ୟାଚ ହୋଇଥିବାରୁ କଳିଙ୍ଗ ହକି ଗ୍ରାଉଣ୍ଡରେ ପ୍ରବଳ ମାତ୍ରାରେ ଦର୍ଶକ ଉପସ୍ଥିତ ଥିଲେ। ହକିପ୍ରେମୀ ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରୁଥିବା ଦେଖାଯାଇଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଜାରି ଥିବା ପୁରୁଷ ହକି ବିଶ୍ୱକପ୍‌ର ୧୯ତମ ମ୍ୟାଚରେ ଶନିବାର ବେଲ୍‌ଜିୟମ ୫-୧ ଗୋଲ୍‌ରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା।