ଓଡିଆନ୍ ନ୍ୟୁଜ

444

ହୃଦୟ ପାଇଁ ଗଛଟିଏ

Team Odian News |

ହୃଦୟ ପାଇଁ ଗଛଟିଏ
ଆଜିର ଆଧୁନିକ ସମାଜରେ ଅନେକ ଲୋକ ହୃଦୟ ରୋଗର ଶୀକାର ହେଉଛନ୍ତି । ଉଚ୍ଚରକ୍ତଚାପ ହେଉ ଅବା ହୃଦ୍‍ଘାତ ଧୀରେ ଧୀରେ ସମସ୍ତଙ୍କୁ ଆକ୍ରାନ୍ତ କରି ସାରିଲାଣି । କିନ୍ତୁ ଆମ ପ୍ରକୃତିରେ ଏମିତି ଏକ ଗଛ ଅଛି ଯାହା ହୃଦୟ ରୋଗଠାରୁ ଆମକୁ ବହୁକାଳରୁ ରକ୍ଷା କରି ଆସୁଛି । ସେହି ଗଛ ଆମ ଭାରତର ସମସ୍ତ ଅଞ୍ଚଳରେ ଦେଖାଯାଏ ଏବଂ ବିଶେଷ କରି ଆମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଗଛ ଦେଖାଯାଏ । ଏହାର ନାମ ଅର୍ଜୁନ । ମହାଭାରତରେ ଅର୍ଜୁନ ପରି ଯୋଦ୍ଧା ଯେପରି ସମସ୍ତ ବିଦ୍ୟାରେ ପାରଙ୍ଗମ ଥିଲେ ଏବଂ ପାଣ୍ଡବ ମାନଙ୍କୁ ରକ୍ଷା କରି ବିଜୟ ହାସଲ କରାଇଥିଲେ ।ଠିକ୍‍  ସେହିଭଳି ଏହି ଅର୍ଜୁନ ନାମ ଧାରୀ ଗଛ ଆମ ହୃଦୟକୁ ସୁଦୃଢ କରି ତାର ଗଢିକୁ ନିୟନ୍ତ୍ରିତ କରି ଆମକୁ ରକ୍ଷା କରିଥାଏ । ଏହି ଗଛର ଛାଲି ବିଶେଷ ଭାବରେ ହୃଦୟ ପାଇଁ ଉପକାରୀ  ହୋଇଥାଏ । ପ୍ରତ୍ୟେକ ଦିନ ଏହି ଗଛର ଛାଲିକୁ ୨୫ ଗ୍ରାମ ନେଇ ୨୦୦ ମିଲିଲିଟର କ୍ଷୀର ଏବଂ ୮୦୦ ମିଲିଲିଟର ପାଣି ମିଶାଇ ଅଳ୍ପ ଆଞ୍ଚରେ ଫୁଟାନ୍ତୁ । ୨୦୦ ମିଲିଲିଟର ରଖନ୍ତୁ, ଏହାକୁ ଛାଣି ଦୁଇ ଭାଗ କରନ୍ତୁ ସକାଳ ଓ ସନ୍ଧ୍ୟାରେ ପିଅନ୍ତୁ । ତାହା ଆମ ହୃଦୟକୁ ବଳ ଦେବା ସହ ହୃଦୟର ସମସ୍ତ ରୋଗରୁ ରକ୍ଷା କରିଥାଏ ।
ଡ଼ା. ଚଣ୍ଡାଂଶୁ ଭୂଷଣ ସୂତାର