ଓଡିଆନ୍ ନ୍ୟୁଜ

136

ପୁଣି ଘୂର୍ଣ୍ଣି ବଳୟ, ଲଘୁଚାପ ଆଶଙ୍କା । ଘଡ଼ଘଡ଼ି ମାରିବାର ସମ୍ଭାବନା, ଅକାଶରେ କଳାହାଣ୍ଡିଆ ମେଘ ଦେଖିଲେ ଖୋଲାସ୍ଥାନରେ ନରିବାକୁ ପରାମର୍ଶ ।

Team Odian News |

ପୁଣି ଘୂର୍ଣ୍ଣି ବଳୟ, ଲଘୁଚାପ ଆଶଙ୍କା ।
ଘଡ଼ଘଡ଼ି ମାରିବାର ସମ୍ଭାବନା, ଅକାଶରେ କଳାହାଣ୍ଡିଆ ମେଘ ଦେଖିଲେ ଖୋଲାସ୍ଥାନରେ ନରିବାକୁ ପରାମର୍ଶ  । 
ଭୁବନେଶ୍ୱର,୨୯ା୯(ଓଡ଼ିଆନ୍‍ ନ୍ୟୁଜ୍‍): ଉତ୍ତରପୂର୍ବ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳ ଏବଂ ତେଲେଙ୍ଗାନାର ଉତ୍ତର ପାଶ୍ୱର୍ ଓ ଏହାର ଆଖପାଖ ଅଞ୍ଚଳରେ ଦୁଇଟି ଘୂର୍ଣ୍ଣିବଳୟ ଥିବାରୁ ଏହାର ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବାର ଜଣାପଡ଼ିଛି  । ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ କେନ୍ଦ୍ର ପୂର୍ବାନୁମାନ କରିଛି  । ଚଳିତ ଦୁର୍ଗାପୂଜା ପୂରା ଧୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି  । ଦୁଇଟି ଘୂର୍ଣ୍ଣି ବଳୟ ଏବେ ଲଘୁଚାପର ରୂପ ନେଇନଥିଲେ ହେଁ ସ୍ଥଳଭାଗ ଉପରେ ଥିବାରୁ ଉତ୍ତର ଏବଂ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି  । ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଏହି ପରି ପାଣିପାଗ ଲାଗିରହିବ  । ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଆଦି ଜିଲାର ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ  ।  ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବହିପାରେ  । ସେହି ପରି ଉପକୂଳ ଓଡ଼ିଶାର  ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତ୍‍ସିଂହପୁର, ଯାଜପୁର ଆଦି ଜିଲାରେ ତୁହାକୁ ତୁହା ବର୍ଷା ସହ ଘଡ଼ଘଡ଼ି ଓ ପବନ ବହିପାରେ  । ଅପରାହ୍ଣରେ ଅଧିକ ଘଡ଼ଘଡ଼ି ମାରିବାର ସମ୍ଭାବନା ରହୁଛି  । ତେଣୁ ଅକାଶରେ କଳାହାଣ୍ଡିଆ ମେଘ ଦେଖିଲେ ଖୋଲାସ୍ଥାନରେ ନରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି ରହିଛି  ।