ଓଡିଆନ୍ ନ୍ୟୁଜ

197

ଭାରତ ଫେରିବେ ବିଜୟ ମାଲ୍ୟା!

Team Odian News |

ଭାରତ ଫେରିବେ ବିଜୟ ମାଲ୍ୟା!
ଲଣ୍ଡନ ୧୦/୧୨(ଓଡ଼ିଆନ ନ୍ୟୁଜ): ଭାରତକୁ ପ୍ରତ୍ୟର୍ପଣ ହେବେ ବିଜୟ ମାଲ୍ୟା। ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ ସପକ୍ଷରେ ରାୟ ଦେଇଛନ୍ତି ଲଣ୍ଡନର ୱେଷ୍ଟମିନ୍‌ଷ୍ଚର କୋର୍ଟ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ଥିବା କୋର୍ଟ କହିଛନ୍ତି। କିଙ୍ଗ୍ ଫିସର ଏୟାରଲାଇନ୍ସ ପାଇଁ ଭାରତର ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟିରୁ ଅଧିକ ଟଙ୍କା ଋଣ ନେଇ ଆଉ ଶୁଝି ନଥିଲେ ମାଲ୍ୟ। ଟଙ୍କା ଶୁଝିବା ବଦଳରେ ବିଦେଶକୁ ପଳାୟନ କରିଥିଲେ ସେ।

ସେପଟେ କୋର୍ଟଙ୍କ ରାୟ ଆସିବା ପୂର୍ବରୁ ମାଲ୍ୟା କୋର୍ଟ ବାହାରେ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ଫେରାର ହୋଇନାହାନ୍ତି କି କାହା ଟଙ୍କା ଖାଇ ନାହାନ୍ତି। ସେ ଗୋଟି ଗୋଟି କରି ସମସ୍ତ ଟଙ୍କା ଫେରେଇବେ।ପ୍ରତ୍ୟର୍ପଣ ନେଇ ଲଣ୍ଡନ କୋର୍ଟଙ୍କ ରାୟ ପରେ ସେ ପରବର୍ତ୍ତୀ ଆଇନଗତ ଦିଗ ସମ୍ପର୍କରେ ବିଚାର କରୁଥିବା ମାଲ୍ୟା କହିଛନ୍ତି। ମାଲ୍ୟା ବ୍ୟାଙ୍କ ଋଣ ନଶୁଝି ବିଦେଶ ପଳାଇଥିବାରୁ ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ମଧ୍ୟ ଚାଲିଛି।

ଏପଟେ ମାଲ୍ୟା ଯଦି ଭାରତ ଫେରନ୍ତି ତେବେ ତାଙ୍କୁ ମୁମ୍ବାଇର ଅର୍ଥର ରୋଡ୍ ଜେଲରେ ରଖାଯାଇପାରେ। ଏଥିପାଇଁ ଅର୍ଥର ରୋଡ୍ ଜେଲର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।