ଓଡିଆନ୍ ନ୍ୟୁଜ

184

୫ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ: ବିଜେପିକୁ ବଡ଼ ଝଟକା

Team Odian News |

୫ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ: ବିଜେପିକୁ ବଡ଼ ଝଟକା ନୂଆଦିଲ୍ଲୀ,୧୧/୧୨(ଓଡ଼ିଆନ ନ୍ୟୁଜ) : ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷିତ ହେଉଛି। ବର୍ତ୍ତମାନ ସୁଦ୍ଧା ଭୋଟ ଗଣତିର ଯେଉଁ ଆଗୁଆ ସୂଚନା ମିଳୁଛି, ସେଥିରେ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ସେଠାରେ ଦୀର୍ଘ ୧୩ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେପି ସରକାର ଓ ରମଣ ସିଂହଙ୍କୁ ଜନତା ଏହି ନିର୍ବାଚନରେ ଶକ୍ତ ଧକା ଦେଇଛନ୍ତି ଜନତା। ସେହିପରି କଂଗ୍ରେସକୁ ମିଜୋରାମ୍‌ରେ ବଡ଼ ଝଟକା ଲାଗିଛି। ସେଠାରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଥାନାଓ୍ଵାଲା ପରାସ୍ତ ହେବା ସହିତ ବହୁମତ ପାଇ ଏମଏନଏଫ ପାଇଁ ସରକାର ଗଠନ ନିମନ୍ତେ ରାସ୍ତା ପରିସ୍କାର ହୋଇଛି। ଅପରପକ୍ଷେ ତେଲେଙ୍ଗାନାରେ ପ୍ରସ୍ତାବିତ ମହାମେଣ୍ଟକୁ ବଡ଼ ଝଟକା ଲାଗିଛି। ସେଠାରେ ଟିଡ଼ିପି ଓ କଂଗ୍ରେସ ମେଣ୍ଟକୁ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବଡ଼ ଧକ୍କା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ମିଳୁଥିବା ସୂଚନା ଅନୁଯାୟୀ, ତେଲେଙ୍ଗାନାର କେ ଚନ୍ଦ୍ରଶେଖର ରାଓ ପୂର୍ଣ୍ଣ ବହୁମତ ସହିତ ପୁଣି କ୍ଷମତାସୀନ ହେବାକୁ ଯାଉଛନ୍ତି। ମଧ୍ୟପ୍ରଦେଶରେ ବିଜେପି ୧୦୯ରେ ଅାଗୁଅା ଥିବା ବେଳେ କଂଗ୍ରେସ ୧୦୮ ରେ ଅାଗୁଅା ରହିଛି। ଦୁଇ ଦଳ ମଧ୍ୟରେ କଡା ଟକ୍କର ଚାଲିଛି। ସେହିପରି ରାଜସ୍ଥାନରେ ବିଜେପି ୭୬ ରେ ଅାଗୁଅା ଥିବା ବେଳେ କଂଗ୍ରେସ ୯୮ରେ ଅାଗୁଅା ରହିଛି।