ଓଡିଆନ୍ ନ୍ୟୁଜ

214

ରିଜର୍ଭ ବ୍ୟାଙ୍କର ପ୍ରଥମ ଓଡ଼ିଆ ଗଭର୍ଣ୍ଣର

Team Odian News |

ନୂଆଦିଲ୍ଲୀ୧୧/୧୨(ଓଡ଼ିଆନ ନ୍ୟୁଜ) : : ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ତଥା ବର୍ତ୍ତମାନ ଅର୍ଥ ଆୟୋଗର ସଦସ୍ୟ ଥିବା ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ନିଯୁକ୍ତ ହୋଇଛନ୍ତି । ତାଙ୍କ କାର୍ଯ୍ୟକାଳ ୩ ବର୍ଷ ପାଇଁ ରହିବ । ଗତକାଲି ଉର୍ଜିତ ପଟେଲ ଇସ୍ତଫାଦେବା ପରେ ଏହି ପଦବୀ ଖାଲି ରହିଥିଲା । ବିମୁଦ୍ରାୟନକୁ କାର୍ଯ୍ୟକାରୀ କରିବା ଓ ଦେଶରେ ଜିଏସଟି ଲାଗୁ କରିବା କ୍ଷେତ୍ରରେ ଶ୍ରୀ ଦାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଏହା ପୂର୍ବରୁ କେନ୍ଦ୍ର ଅର୍ଥ ସଚିବ ଏନସି ଝା କହିଥିଲେ ଯେ ଆଜି ସରକାର ନୂଆ ଗଭର୍ଣ୍ଣରଙ୍କ ନାଁ ଘୋଷଣା କରିବେ । ଗତ କାଲି ଉର୍ଜିତ ପଟେଲ ଇସ୍ତଫା ଦେବା ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦ ଖାଲି ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ କରି ଶ୍ରୀ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପଦବୀ ମଣ୍ଡନ କରିବାରେ ସେ ପ୍ରଥମ ଓଡିଆ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।