ଓଡିଆନ୍ ନ୍ୟୁଜ

157

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଘୋଷଣା, ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା

Team Odian News |

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଘୋଷଣା, ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା
ଭୁବନେଶ୍ୱର,୧୨ା୧୨(ଓଡ଼ିଆନ୍ ନ୍ୟୁଜ୍): ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଆଉ ଏକ ଘୋଷଣା। ରାଜ୍ୟର ଅଧିକ ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ବାର୍ଦ୍ଧକ୍ୟ ଭତ୍ତା। ଆଜି ଏନେଇ ବିଧିବଦ୍ଧ ଭାବେ ସଚିବାଳୟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଏଣିକି ମାସିକ ପାଉଥିବା ୩ ଶହ ଏବଂ  ୫ ଶହ ଟଙ୍କା ଲେଖାଏ ବାର୍ଦ୍ଧକ୍ୟ ଭତ୍ତା ଅଧିକ ୫ ଲକ୍ଷ ହିତାଧିକାରୀଙ୍କୁ ମିଳିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।