ଓଡିଆନ୍ ନ୍ୟୁଜ

146

୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ନେଇ କଂଗ୍ରେସରେ କସରତ; ଚିନ୍ତାରେ ହାଇ କମାଣ୍ଡ୍‌

Team Odian News |

୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ନେଇ କଂଗ୍ରେସରେ କସରତ; ଚିନ୍ତାରେ ହାଇ କମାଣ୍ଡ୍‌
ନୂଆଦିଲ୍ଲୀ,୧୩।୧୨(ଓଡ଼ିଆନ୍ ନ୍ୟୁଜ୍): ୩ ବିଜେପି ଶାସିତ ରାଜ୍ୟରେ କଂଗ୍ରେସ କ୍ଷମତା ହାତେଇବା ପରେ ଏବେ ସରକାର ଗଠନକୁ ନେଇ କସରତ । ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଜାରି ରହିଛି।
ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ କମଲନାଥ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ।। କଂଗ୍ରେସ ବିଧାୟକ ଦଳ ବୈଠକରେ କମଲନାଥଙ୍କ ନାଁରେ ମୋହର ବାଜିଥିବା ସୂଚନା ମିଳିଛି। ବୈଠକରେ କେନ୍ଦ୍ରୀୟ ପର‌୍ୟ୍ୟବେକ୍ଷକ ଏ.କେ. ଆଣ୍ଟୋନୀ, ଦିଗ୍‌ବିଜୟ ସିଂ, ଜ୍ୟୋତିରଆଦିତ୍ୟ ସିନ୍ଧିଆଙ୍କ ସମେତ ଅନ୍ୟ ପ୍ରମୁଖ ନେତା ଉପସ୍ଥିତ ଥିଲେ। ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ଏହି ନିଷ୍ପତ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ଛାଡ଼ି ଦିଆଯାଇଛି। କମଲ ନାଥ ୧୯୮୦ରୁ ଛିନ୍ଦୱାଡ଼ା ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ଏଯାଏ ସେ ୯ଥର ଲୋକସଭା ନିର୍ବାଚନ ଜିତି ସାରିଲେଣି।