ଓଡିଆନ୍ ନ୍ୟୁଜ

142

ହିଂସା ଛାଡ଼ିଲେ ସମ୍ମାନ ମିଳିବ : ମାଓ ଦମନରେ ଦେଶକୁ ନୂଆ ବାର୍ତା ଦେଲେ ନବୀନ

Team Odian News |

ହିଂସା ଛାଡ଼ିଲେ ସମ୍ମାନ ମିଳିବ : ମାଓ ଦମନରେ ଦେଶକୁ ନୂଆ ବାର୍ତା ଦେଲେ ନବୀନ ଭୁବନେଶ୍ବର ୧୪/୧୧(ଓଡିଆନ ନ୍ୟୁଜ) ଦିନ ଥିଲା ସେମାନେ ପୁଲିସର ନିଦ ହଜାଇ ଦେଉଥିଲେ। ଜଙ୍ଗଲ ମଧ୍ୟରେ ପୁଲିସ ଫୋର୍ସକୁ ଆମ୍ବୁସ କରି ଆଖି ବୁଜା ଗୁଳି ବର୍ଷଣ କରୁଥିଲେ। ଗଣ୍ଡା ଗଣ୍ଡା ପୁଲିସ ଗାଡିକୁ ଟିଫିନ୍ ବୋମା ଲଗାଇ ଉଡାଇ ଦେଇଥିଲେ। ହାତରେ ଥିଲା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର। ଆଜି କିନ୍ତୁ ସେମାନେ ନିରସ୍ତ୍ର ଥିଲେ, ଆଖିରେ ଆଖିଏ ସ୍ବପ୍ନ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ହାତ ମିଳାଇଥିଲେ। ତାଙ୍କ ପାଖରେ ବସି ବିଶ୍ବକପ୍ ହକି ଖେଳ ଉପଭୋଗ କରିଥିଲେ। ଚାକଚକ୍ୟ ଭରା ରାଜଧାନୀ ଓ ସମାଜର ସବୁ ବର୍ଗର ଲୋକଙ୍କ ନିକଟତର ହେବାକୁ ପର୍ଯ୍ୟାପ୍ତ ସୁେଯାଗ ପାଇଥିଲେଅନ୍ୟପକ୍ଷରେ ପୁଲିସ ତାଙ୍କୁ ଘେରି ରହିଥିଲା। ପାଦେ ପାଦେ ଜଗିଥିଲା। ହେଲେ ଦମନ ପାଇଁ ନୁହେଁ। ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ଫେରାଇ ଆଣିବା ଲାଗି। ଘଞ୍ଚ ଜଙ୍ଗଲ, ପାହାଡ ପର୍ବତ ଘେରା ଅଞ୍ଚଳ ବାହାେର ବି ବିଶାଳ ଦୁନିଆ ରହିଛି, ବିଶ୍ବାସ ଓ ଭଲପାଇବା ଭିତରେ ଜୀବନର ମଜା କିଛି ସ୍ବତନ୍ତ୍ର, ଅନ୍ୟକୁ ଜିଣିବା ଲାଗି ଗୁଳିେଗାଳା ନୁେହଁ, ବରଂ କିଛି ମଧୁର କଥା, ଆଚରଣ ଓ ଉଚ୍ଚାରଣର ଆବଶ୍ୟକତା ଅଛିସ ଏକଥା ବୁଝାଇ ଦେଉଥିଲା।