ଓଡିଆନ୍ ନ୍ୟୁଜ

218

‘ଲୋକେ ପରିବର୍ତ୍ତନ ପାଇଁ ମନ ବଳାଇଲେଣି’-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Team Odian News |

‘ଲୋକେ  ପରିବର୍ତ୍ତନ ପାଇଁ ମନ ବଳାଇଲେଣି’-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । 
ରାଜକନିକା,୧୫/୧୨((ଓଡ଼ିଆନ୍ ନ୍ୟୁଜ୍): ଓଡ଼ିଶାରେ ସ୍ଥାନୀୟ ସରକାରର ଭଷ୍ଟ୍ରାଚାର, ସମ୍ବେଦନଶୀଳତା, ସ୍ଥାଣୁତା, ଅପାରଗତାରେ ଆଜି ଚରମ ଅବସ୍ଥାରେ ପହଞ୍ଚିଛି  । ଓଡ଼ିଶାରେ ଯୁବକଙ୍କୁ ରୋଜଗାର ନାହିଁ,  ମହିଳାମାନେ ଅସୁରକ୍ଷିତ ଆଉ ଚାଷୀମାନେ ବିପତ୍ତିରେ ଅଛନ୍ତି  ।  ସାଧାରଣ ଲୋକେ ଆଜି  ପରିବତ୍ତର୍ନର ପାଇଁ ମନ ବଳାଇଲେଣି, ପରିବର୍ତ୍ତନ ଖୁବ୍‍ ଶୀଘ୍ର ବୋଲି  ରାଜକନିକା ବ୍ଳକ୍‍ ଅନ୍ତର୍ଗତ ଓଳାଭର ଠାରେ ଶୁକ୍ରବାର  ଜନପରାମର୍ଶର୍ ପଦଯାତ୍ରା ଓ ସାଧାରଣ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି  । ସେ କହିଥିଲେଯେ, କନିକା ହେଉଛି ସଂଗ୍ରାମର ମାଟି, ଏମାଟି ନୂଆ ବିଚାରକୁ ଜନ୍ମ ଦେବାର ମାଟି  । ଆଜି ଦଳ ତରଫରୁ ଜନ ପରାମର୍ଶ ପଦଯାତ୍ରାରେ ଯୋଗଦେଇ ସୌଭାଗ୍ୟଶାଳୀ ମନେ କରୁଛି  ।  ଏ ମାଟିକୁ ପ୍ରଣାମ ଜଣାଉଛି  । ହେଲେ ଦୀର୍ଘ ବର୍ଷ ଧରି ରାଜପରିବାର ଦ୍ୱାରା ଶାସିତ ଲାଞ୍ଚିତ ହୋଇ ଅଣନିଶ୍ୱାସୀ ହୋଇପଡ଼ିଲେଣି ଏ ଅଞ୍ଚଳର ଲୋକେ  ।  ଓଡ଼ିଶାରେ ଆପଣମାନେ ୧୯ ବର୍ଷ ଧରି ଗୋଟିଏ ଦଳକୁ ସମର୍ଥନ କରି ଆସୁଛନ୍ତି  ।  ହେଲେ ଏହି ୧୯ ବର୍ଷ ଭିତରେ ଆପଣମାନେ ସଂଶ୍ଳିଷ୍ଟ ଅଛନ୍ତି  । ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି  ଓଲାଭର ଅଞ୍ଚଳର ଭିନ୍ନକ୍ଷମ ରାଜେନ୍ଦ୍ର ନନ୍ଦୀ ଗୋଟିଏ ଘଟଣା  । ସୁନା ଚାମଚ ଧରି ଜନ୍ମ ନେଇଥିବା ଜାଗିରଦାର ମାନଙ୍କୁ ମୋର ପ୍ରଶ୍ନ ଏଭଳି ଘଟଣା କଣ ପାଇଁ  । ମୋର ଘର ନାହିଁ  । ମୁଁ ଦିବ୍ୟାଙ୍ଗ, ମୋ ବାପା ନାହାଁନ୍ତି  ।  ଯୁକ୍ତ ଦୁଇ ପାସ କରିଥିବା ରାଜେନ୍ଦ୍ର ନାଁ ମିଳିଛି ଭତ୍ତା ନାଁ ସରକାରୀ ସହାୟତା  ।  କୁମ୍ଭକର୍ଣ୍ଣ ନିଦରେ ଶୋଇଛି, ସରକାର  । ଆଜି ‘ସମାଜ’ ଖବର କାଗଜରେ ପ୍ରକାଶିତ ଗୋଟିଏ ଖବର ପଢ଼ୁଥିଲି  ।  ଗୁଡ଼୍‍ ନିୟୁଜ୍‍ ସଂସ୍ଥା ବାଳାଶ୍ରମ ଚଳାଇବା ନାଁରେ ଗରିବ ଘରର ପୁଅ ଝିଅ ମାନଙ୍କୁ ଯୌନ ଶୋଷଣ ଦେଉଥିଲେ । ଓଡ଼ିଶାରେ ଧର୍ମ ପରିବର୍ତ୍ତନର ଆଇନ କଡ଼ା କଡ଼ି ଭାବେ ଆଇନ୍‍ ଥିଲେ ବି ସେ ପିଲାମାନଙ୍କୁ ଶୋଷଣ କରାଯାଉଥିବା ବେଳେ ଧର୍ମକୁ ମଧ୍ୟ ବାଧ୍ୟ କରି ପରିବର୍ତ୍ତନ କରାଯାଇଛି । ମନ୍ତ୍ରୀ କହିଲେ ଆମେ ଜାଣିନଥିଲୁ  । ହେଲେ ଜାତୀୟ ଶିଶୁ ଅଧିକାର ବର୍ଷେ ପୂର୍ବରୁ ଜଣାଇଥିଲେ ଏହି ସମ୍ବେଦନଶୀଳ ଘଟଣା ସଂପର୍କରେ  । ହେଲେ ମନ୍ତ୍ରୀ କହୁଛନ୍ତି ଆମେ ଜାଣି ନାହିୁଁ  । ଏଭଳି ଦାୟୀତ୍ୱହୀନ ମନ୍ତବ୍ୟ ବଡ଼ ଦୁଃଖ ଦାୟକ ଘଟଣା  । ସବୁ ବେଳେ ଓଡ଼ିଶା ସରକାର କହୁଛନ୍ତି, ଆମେ ଏକ ନମ୍ବର  । ହେଲେ ରୋଜଗାର ପାଇଁ ଓଡ଼ିଆ ଯୁବକମାନେ ଘର ଦ୍ୱାର ଛାଡ଼ୁଛନ୍ତି  । ପ୍ରଧାନମନ୍ତ୍ରୀ ୧୨ ହଜାର ଟଙ୍କାରେ ଗରିବ ଲୋକମାନଙ୍କ ପାଇଁ ପାଇଖାନା ତିଆରି କରିବା ପାଇଁ ଅର୍ଥ ଯୋଗାଇ ଦେଇଛନ୍ତି  । ହେଲେ ତାହା ଓଡ଼ିଶାରେ ଆଜି ବାଟମାରଣ ହୋଇଛି  । ପାଇଖାନା ଅର୍ଥ ହରିଲୁଟ ହେଉଛି  । ମୁଖ୍ୟମନ୍ତ୍ରୀ କହିଲେ ପିସି କାରବାର ବନ୍ଦ  । ହେଲେ କାରବାର ବନ୍ଦ ପରିବର୍ତ୍ତେ ଓଡ଼ିଆ ଲୋକମାନେ ପିସି ଦେଇ ଦେଇ ପେଶି ହୋଇଗଲେଣି  । ବଡ଼ ଖୁସିର କଥା ରାଜନଗରର ସିତୁ ମଲିକଙ୍କୁ ସାହାସିକତା ପାଇଁ ପ୍ରଧାନମନ୍ତ୍ରୀ ଜାନୁୟାରୀ ୨୬ରେ ପୁରସ୍କାର ପ୍ରଦାନ କରିବେ  । ମୁଁ ଆଜି ଏହି କେନ୍ଦ୍ରାପଡ଼ା ମାଟିର ସାହାସୀ ଯୁବକକୁ ଶୁଭେଚ୍ଛା ଜଣାଉଅଛି  । ଆଜି ଏହି ଓଳାଭର ପଡ଼ିଆରେ ଏକ ଦାୟିତ୍ୱ ନେଇ ମୁଁ ଯାଉଛି, ଭାରତ ବର୍ଷରେ କେହି ଜଣେ ହେଲେ ମା’ ବିନା ଏଲ୍‍ପିଜିରୁ ବଞ୍ଚିତ ହେବେ ନାହିଁ  । ଏହା ସହିତ ଆଜି ମୁଁ ଏହି ସଭାରେ ଚେତାବନୀ ଦେଉଛି ଏଲ୍‍ପିଜି ଗ୍ୟାସ୍‍ କନେକ୍ସନରେ ଦୁର୍ନୀତିର  ପ୍ରମାଣ ଆସିଲେ ତେବେ ସଂପୃକ୍ତ ଡ଼ିଲର ରହିବେ ନାହିଁ ବୋଲି କହିଥିଲେ  ।  ନୂଆ ଭାରତ, ନୂଆ ଓଡ଼ିଶା ନୂଆ ରାଜକନିକା ତିଆରି କରିବାର ସଂକଳ୍ପର ଆଶା ପୋଷଣ କରିବା ସହିତ ଓଡ଼ିଶାରେ ନରେନ୍ଦ୍ର ମୋଦି ସରକାର ଗଠନ ନିଶ୍ଚିନ୍ତ ବୋଲି ସେ କହିଥିଲେ  । ଜିଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଧାରଣ ସଭାରେ  ଆଳିର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ଦୋଳଗୋବିନ୍ଦ ନାୟକ ଯୋଗଦେଇ  ବିଜେପି ସରକାରଙ୍କ ଅମଳରେ ରାଜକନିକାରେ ବହୁ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଇଛି  । ରାଜକନିକା ଅଞ୍ଚଳ ଦେଇ ଜାତୀୟ ରାଜପଥ-୨୦ ନିର୍ମାଣ ହେବାକୁ ଯାଇଛି  । ଏ ଅଞ୍ଚର ଗମନା ଗମନର ବିକାଶର ନୂତନ ସୂର୍ଯ୍ୟେଦୟ ହୋଇଛି  । ଏ ଦିଗରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନଙ୍କ ସହଯୋଗକୁ ବଧାଇ ଜଣାଇଥିଲେ  । କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନ  ନହୁଣୀ ଗାୟତ୍ରୀ ପଡ଼ିଆରେ ଏକ ହେଲିକେପ୍ଟର ଯୋଗେ ଅବତରଣ କରିଥିଲେ  । ସେଠାରୁ ଏକ ମଟରସାଇକେଲ ଶୋଭାଯାତ୍ରାରେ ଆସି ବାଲିସାହି ଗ୍ରାମ ନିକଟରେ ପହଞ୍ଚିଥିଲେ  । ସେଠାରୁ ବିଜେପିର ଜନପରାମର୍ଶ ପଦଯାତ୍ରାରେ ସାମିଲ ହୋଇ ଓଳାଭର ଗାଁ ଓ ବଜାର ଦେଇ କାଳୀପଡ଼ିଆ ଠାରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ  । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜେପି ନେତା ବ୍ରଜ ସୁନ୍ଦର ଭୂୟାଁ ଧନ୍ୟବାଦ୍‍ ଅର୍ପଣ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ  ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଜେପି ନେତା ଭୁବନମୋହନ ଜେନା, ବିଜେପି ନେତା ସାରଦା ପ୍ରଧାନ, ଦିଲ୍ଲିପ୍‍ ମଲ୍ଲିକ, ପୂର୍ବତନ ବିଧାୟକ ଉକ୍ରଳ କେଶରୀ ପରିଡ଼ା, ପୂର୍ବତନ ବିଧାୟକ ଅଲେଖ ଜେନା, ବିଷ୍ଣୁ ଦାସ, ଜ୍ଞାନଦେବ ବେଉରା ଏବଂ କିଶୋର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ  ।