ଓଡିଆନ୍ ନ୍ୟୁଜ

189

୨୦୧୯ର ପ୍ରଥମ ଦିନ ରାତି ଗୋଟାଏ ୩୦ ମିନିଟରେ ହିଁ ଦର୍ଶନ ଦେବେ ଶ୍ରୀଜଗନ୍ନାଥ ମହାପ୍ରଭୁ

Team Odian News |

୨୦୧୯ର ପ୍ରଥମ ଦିନ ରାତି ଗୋଟାଏ ୩୦ ମିନିଟରେ ହିଁ ଦର୍ଶନ ଦେବେ ଶ୍ରୀଜଗନ୍ନାଥ ମହାପ୍ରଭୁ  
ପୁରୀ,୧୫/୧୧(ଓଡିଆନ ନ୍ୟୁଜ): :ଆଉ କେତେ ଦିନ ପରେ ବଦଳିଯିବ ୨୦୧୮ ବର୍ଷ  । ଆଗକୁ ଆସୁଛି ନୂଆ ବର୍ଷ  । ୨୦୧୯ ସଜବାଜ ହେଲାଣି  । ହେଲେ, ଆସନ୍ତା ନୂଆ ବର୍ଷ ଜଗତରନାଥ ଜଗନ୍ନାଥଙ୍କୁ ପହିଲି ଦର୍ଶନ କରିବାର ଅଭିଳାଷ କେବଳ ଓଡ଼ିଶାର ଅଗଣିତ ଭକ୍ତଙ୍କ ମନ ମଧ୍ୟରେ ନଥାଏ  । ସାରା ବିଶ୍ୱ ଜନଙ୍କ ଅଭିଳାଷଯେ, ନୂଆବର୍ଷର ପ୍ରଥମ ଦିନ ଜଗନ୍ନାଥଙ୍କ ଦର୍ଶନ ମିଳୁ  । ୨୦୧୯ର ପ୍ରଥମ ଦିନ ରାତି ଗୋଟାଏ ୩୦ ମିନିଟରେ ହିଁ ଦର୍ଶନ ଦେବେ ଶ୍ରୀଜଗନ୍ନାଥ ମହାପ୍ରଭୁ  । 
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷାରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ, ଆରକ୍ଷୀ ଅଧୀକ୍ଷକ ଡ. ସାର୍ଥକ ଷଡଙ୍ଗୀ, ଛତିଶା ନିଯୋଗର ସଦସ୍ୟମାନେ ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ ପହିଲିଭୋଗ ନୀତି ଚୂଡ଼ାନ୍ତ ହୋଇଛି। ନୂଆବର୍ଷ ପାଇଁ ମଧ୍ୟ ଶ୍ରୀଜିଉଙ୍କ ନୀତି ନେଇ ବୈଠକରେ ଆଲୋଚନା ହୋଇଛି। ଡିସେମ୍ବର ୩୧ ରାତି ୯ଟା ୩୦ରେ ପହୁଡ ହେବ। ରାତି ୧ଟା ୩୦ରେ ସାଧାରଣ ଦର୍ଶକଙ୍କ ପାଇଁ ଦ୍ୱାର ଫିଟାଯିବ।ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ତୀର୍ଥ କ୍ଷେତ୍ର ତଥା ପର‌୍ୟ୍ୟଟନ ସ୍ଥଳ ପୁରୀରେ ନୂଆବର୍ଷ ପାଳନ କରିବା ପାଇଁ ଦେଶ ବିଦେଶରୁ ପର‌୍ୟ୍ୟଟକ ଆସିବା ଆରମ୍ଭ ହୋଇ ଯାଇଛି। ଦେଶୀ ପର‌୍ୟ୍ୟଟକମାନେ ଶ୍ରୀଜଗନ୍ନାଥ ଦର୍ଶନ ଏବଂ ବେଳାଭୂମି ପାଇଁ ଆସୁଥିବା ପୁରୀ ଆସୁଥିବା ବେଳେ ବିଦେଶୀ ପର‌୍ୟ୍ୟଟକଙ୍କୁ ଏଠାକାର ବେଳାଭୂମି ଟାଣିଆଣୁଛି। ନୂଆବର୍ଷ ଆଉ ୧୫ ଦିନ ବାକି ଥିବାରୁ ଏବେଠାରୁ ଅଧିକାଂଶ ହୋଟେଲ ବୁକିଂ ଶେଷ ହୋଇଯାଇଛି। ସାଧାରଣ ସମୟରେ ଯେଉଁ ହୋଟେଲ ଗୁଡ଼ିକ ୧୦୦୦ ଟଙ୍କାରେ ମିଳି ଯାଇଥାଏ, ନୂଆବର୍ଷରେ ୩ ରୁ ୪ ଗୁଣ ବଢ଼ିଯାଇଛି। ସେହିପରି ଖାଇବା-ପିଇବା ଓ ଅନ୍ୟ ଜିନିଷର ମଧ୍ୟ ଦରଦାମ ବଢ଼ିଯାଇଛି। ନୂଆବର୍ଷ ଅବସରରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶା ଦେଖାଯାଉଛି।