ଓଡିଆନ୍ ନ୍ୟୁଜ

145

ରାଜନଗରର ଶିଶୁ ଅଲିଭାଜ୍ୟୋତ ଯିବେ ଇସ୍ରୋ

Team Odian News |

ରାଜନଗରର ଶିଶୁ  ଅଲିଭାଜ୍ୟୋତ ଯିବେ ଇସ୍ରୋ
ରାଜନଗର,୧୫ା୧୨(ଓଡ଼ିଆନ୍ ନ୍ୟୁଜ୍); ରାଜନଗର ବ୍ଲକ କୋଇଲିପୁର ପଚାଂୟତ ବଡକୋଟ ଗ୍ରାମର ଆଡଭୋକେଟ ହେମନ୍ତ ରାଉତଙ୍କ ଝିଅ ଅଲିଭାଜ୍ୟୋତି ରାଉତ ଯୁବ ଜ୍ୟୋତିର୍ବିଦ ଭାବରେ ମନୋନୀତ ହୋଇଛନ୍ତି । ଟାଟାଷ୍ଟିଲ ପକ୍ଷରୁ ଯୁବଜ୍ୟୋତିର୍ବିଦ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଯୋଜନାରେ ସମଗ୍ର ଓଡିଶାରେ ୩୦ଟି ଜିଲ୍ଲାରୁ ୬୩ହଜାର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ୬୦ଜଣଙ୍କୁ ମନୋନୀତ କରାଯାଇଥିଲା । ସେମାନଙ୍କ ମ୍ମରୁ ୨୦ଜଣଙ୍କୁ ମନୋନୀତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ସମ୍ବର୍ଦ୍ଧିତ କରିଛନ୍ତି । ୨୦୧୯ ମେ ରେ ଏହି ଯୁବ ଜ୍ୟୋତିର୍ବିଦ ବିଜେତା ଇଣ୍ଡିଆନ ପ୍ସେଓ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ପରିଦର୍ଶନର ସୁଯୋଗ ପାଇବେ । କଟକ କଲେଜଟ ସ୍କୁଲର ଛାତ୍ରୀ ଅଲିଭା ରାଜନଗରର ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ଧନେଶ୍ୱର ରାଉତଙ୍କ ନାତୁଣୀ । ତାଙ୍କ ମାଆ ଅଭୟା ପାତ୍ର କେନ୍ଦ୍ରାପଡା ସର୍କଲର ଅତିରିକ୍ତ ସିଟି ଏବଂ ଜିଏସଟି ଅଧିକାରୀ ରୂପେ କାର୍ଯ୍ୟ କରୁଛନ୍ତି ।