ଓଡିଆନ୍ ନ୍ୟୁଜ

167

ହକି ବିଶ୍ୱକପ୍‌: ବେଲଜିୟମ ଚାମ୍ପିୟନ

Team Odian News |

ହକି ବିଶ୍ୱକପ୍‌: ବେଲଜିୟମ ଚାମ୍ପିୟନ ଭୁବନେଶ୍ୱର,୧୬/୧୨(ଓଡ଼ିଆନ ନ୍ୟୁଜ):ୟୁରୋପୀୟ ଦେଶ ବେଲଜିୟମ ହକି ବିଶ୍ୱକପ୍‌ର ନୂଆ ଚାମ୍ପିୟନ ଭାବେ ଉଭା ହୋଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ବେଲଜିୟମ ପଡୋଶୀ ତଥା ଶକ୍ତିଶାଳୀ ନେଦରଲାଣ୍ଡ୍ସକୁ ପେନାଲ୍ଟି ଜରିଆରେ ୩-୨ ଗୋଲରେ ପରାସ୍ତ କରି ଟାଇଟଲ ହାସଲ କରିବା ସହ ଇତିହାସ ସୃଷ୍ଟି କରିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ଫାଇନାଲ ମୁକାବିଲା ନିର୍ଦ୍ଧାରିତ ସମୟସୁଦ୍ଧା ଗୋଲ ଶୂନ୍ୟ ଭାବେ ଶେଷ ହାଇଥିଲା। ବିଶ୍ୱକପ୍‌ ଇତିହାସରେ ପ୍ରଥମଥର ପାଇଁ କୌଣସି ଫାଇାନଲ ମ୍ୟାଚ୍‌ ଗୋଲ ଶୂନ୍ୟଭାବେ ଶେଷ ହୋଇଛି। ଫଳରେ ପେନାଲ୍ଟି ଶୁଟ୍‌ ଆଉଟର ସହାୟତା ନିଆଯାଇଥିଲା। ଉଭୟ ଦଳ ୫ଟି ପେନାଲ୍ଟି ଶଟ୍‌ ପାଇବା ପରେ ମଧ୍ୟ ମ୍ୟାଚ୍‌ ୨-୨ ଗୋଲରେ ଅମୀମାଂସିତ ରହିଥିଲା। ଶେଷରେ ସଡନ ଡେଥ୍‌ରେ ବେଲଜିୟମ ବାଜି ମାରି ବିଶ୍ୱହକିରେ ନୂଆ ଇତିହାସ ସୃଷ୍ଟି କରିଛି। ପୂର୍ବରୁ ୩ଥର ବିଶ୍ୱକପ୍‌ ଟାଇଟଲ ହାସଲ କରିଥିବା ନେଦରଲାଣ୍ଡ୍ସକୁ ଶେଷରେ ରନର୍ସଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡିଛି।