ଓଡିଆନ୍ ନ୍ୟୁଜ

160

ଷ୍ଟାର୍‌ ସ୍କ୍ରିନ୍‌ ଆୱାର୍ଡ-୨୦୧୮: ରଣବୀର୍‌ ଓ ରାଜକୁମାର ଶ୍ରେଷ୍ଠ ଅଭିନେତା

Team Odian News |

ଷ୍ଟାର୍‌ ସ୍କ୍ରିନ୍‌ ଆୱାର୍ଡ-୨୦୧୮: ରଣବୀର୍‌  ଓ ରାଜକୁମାର ଶ୍ରେଷ୍ଠ ଅଭିନେତା


ମୁମ୍ବାଇ୧୭/୧୨(ଓଡ଼ିଆନ ନ୍ୟୁଜ ):ମୁମ୍ବାଇରେ ଆୟୋଜିତ ଷ୍ଟାର୍‌ ସ୍କ୍ରିନ୍‌ ଆୱାର୍ଡ-୨୦୧୮ରେ ଦୁଇ ଜଣ କଳାକାର ଯଥା ରଣବୀର୍‌ ସିଂହ ଓ ରାଜକୁମାର ରାଓଙ୍କୁ  ଶ୍ରେଷ୍ଠ ଅଭିନେତା ଭାବେ  ପୁରସ୍କାର ଦିଆଯାଇଛି। ରଣବୀର ସିଂହ (ପଦ୍ମାବତ୍‌) ଏବଂ ରାଜକୁମାର ରାଓ (ସ୍ତ୍ରୀ)  ପାଇଁ ଚଳିତ ବର୍ଷର ପୁରସ୍କାର ଜିତିଛନ୍ତି। ଠିକ୍‌ ସେହିପରି ଆଲିଆ ଭଟ୍ଟଙ୍କୁ ‘ରାଜି’ ସିନେମାପାଇଁ ପୁରସ୍କୃତ କରାଯାଇଛି। ତେବେ ଶ୍ରେଷ୍ଠ ଅଭିନେତା (କ୍ରିଟିକ୍‌) ଭାବେ ଗଜରାଜ ରାଓ ଏବଂ ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍‌) ଭାବେ ନୀନା ଗୁପ୍ତାଙ୍କୁ ପୁରସ୍କାର ମିଳିଛି। ଶ୍ରେଷ୍ଠ ସିନେମା ଭାବେ ‘ସ୍ତ୍ରୀ’ କୁ ମନୋନୀତ ଶ୍ରେଷ୍ଠ ନବାଗତ ଭାବେ ଇଶାନ୍‌ ଖଟ୍ଟର (ଧଡ଼କ୍‌),ରାଧିକା ମଦାନ୍‌ (ପଟାଖା),ସହ କଳାକାର ଭାବେ ପଙ୍କଜ ତ୍ରିପାଠୀଙ୍କୁ (ସ୍ତ୍ରୀ)ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଶ୍ରୀରାମ ରାଘବନ୍‌ (ଅନ୍ଧାଧୁନ୍‌),ଶ୍ରେଷ୍ଠ ଫିଲ୍ମ (କ୍ରିଟିକ୍‌) ଭାବେ ‘ମୂଲକ୍‌’କୁ ପୁରସ୍କାର ମିଳିଛି। ଶ୍ରେଷ୍ଠ ଗୀତିକାର ଭାବେ ଗୁଲଜାର,ଗାୟିକା ଭାବେ ହର୍ଷଦୀପ୍‌ କୌର ଓ ଗାୟକ ଭାବେ ଅରଜିତ୍‌ ସିଂହ (ରାଜି) ପାଇଁ ଆଓ୍ଵାର୍ଡ ମିଳିଛି। ଏହି ଉତ୍ସବରେ ବରିଷ୍ଠ ଅଭିନେତ୍ରୀ ଶବାନା ଆଜମୀଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭିମେଣ୍ଟ୍‌ ଆଓ୍ଵାର୍ଡ ପ୍ରଦାନ କରାଯାଇଛି।