ଓଡିଆନ୍ ନ୍ୟୁଜ

155

ଲାଲ କରିଡରର ମୋଧାବୀ ଝିଅ ସନ୍ଧ୍ୟା

Team Odian News |

ଲାଲ କରିଡରର ମୋଧାବୀ ଝିଅ ସନ୍ଧ୍ୟା 

ମାଲକାନଗିରି୨୦/୧୨(ଓଡିଆନ ନ୍ୟୁଜ):୨୦୧୭ ସିଭିଲ ସର୍ଭିସ ପରୀକ୍ଷାରେ ପାସ କଲେ ମାଲକାନଗିରିର ଦୁର୍ଗମ ଅଞ୍ଚଳର ସନ୍ଧ୍ୟା ସମରଥ। ଲାଲ କରିଡରର ମେଧାବୀ ଝିଅ । ମାଲକାନଗିରି ଜିଲ୍ଲାର ସନ୍ଧ୍ୟା ସମରଥ ଓଏଏସର ପାଶ କରି ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ । ଗାଁ ପାଇଁ ସେ ସାଜିଛନ୍ତି ସୁନାଝିଅ । ମାଲକାନଗିରି ମାଥିଲି ବ୍ଲକର ମାଓପ୍ରବଣ ସାଲିମି ଗାଁର ରାମଦେବ ସମରଥଙ୍କ ବଡ ଝିଅ ସନ୍ଧ୍ୟା ସମରଥ । ଦିନେ ଏହି ଗାଁରେ ପାଠ ପଢିବା ଓ ବିଭିନ୍ନ ଜ୍ଞାନ ଆହରଣ କରିବାକୁ ମାଓବାଦୀ ସୁଯୋଗ ଦେଇନଥିଲେ ।ମୋବାଇଲ ଓ ଟିଭି ଦେଖିବାକୁ ବାରଣ କରୁଥିଲେ । ଯଦି କୌଣସି ଲୋକ ଫୋନ ବ୍ୟବହାର କରୁଥିଲେ ମାଓବାଦୀ ମୋବାଇଲ ଛଡାଇ ନେଇଯାଉଥିଲେ । ସେଠାରେ ସନ୍ଧ୍ୟା ପିଲାଟି ଦିନରୁ ପଞ୍ଚମ ଯାଏଁ ପଢିଥିଲେ । ଆଉ ତା’ପରେ ନବଦୋୟ ସ୍କୁଲରେ ପାଠ ପଢିଥିଲେ । ପରିବାରର ଆର୍ଥିକ ଅନଟନ ସତ୍ୱେ ସେ ପାଠ ପଢିଥିଲେ । ପରେ ବିଜେବି କଲେଜରେ ଡିଗ୍ରୀ ହାସଲ କରିଥିଲେ । ବିନା କୋଚିଙ୍ଗରେ ସେ ୯୧ ତମ ର‌୍ୟାଙ୍କରେ ଅଛନ୍ତି ।ସୂଚନାଯୋଗ୍ୟ ଓଡ଼ିଶା ଲୋକସେବା ଆୟୋଗର ଓପିଏସି ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ଓଏଏସ୍ ପରୀକ୍ଷାଫଳ ପ୍ରକାଶ ପାଇଛି । ଲିଖିତ ଓ ମୌଖିକ ପରୀକ୍ଷା ଆଧାରରେ ମୋଟ୍ ୧୦୬ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । କ୍ୟାଟେଗୋରୀ ୧ ଓ ୨ ସେବା ପାଇଁ ଏମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆୟୂଷୀ ମହାପାତ୍ର ଟପ୍ପର ହୋଇଥିବା ବେଳେ ସଂଜିତା ମହାପାତ୍ର ଦ୍ୱିତୀୟ ସ୍ଥାନରେ ଓ ପୁନମ୍ ମହାପାତ୍ର ତୃତୀୟ ସ୍ଥାନରେ ଅଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି ।