ଓଡିଆନ୍ ନ୍ୟୁଜ

172

ଚାଷୀଙ୍କ ପାଇଁ ‘କାଳିଆ’

Team Odian News |

ଭୁବନେଶ୍ବର ,୨୨/୧୨(ଓଡିଆନ ନ୍ୟୁଜ): କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଉଭୟ ଖରିଫ ଓ ରବି ଫସଲ ସହାୟତା ବାବଦରେ ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଭୂମିହୀନ ଚାଷୀ ପରିବାରକୁ ଜୀବିକା ସହାୟତା ବାବଦରେ ମିଳିବ ୧୨ ହଜାର ୫୦୦ ଟଙ୍କା। ଭୂମିହୀନ ଶ୍ରମିକ ଓ ସମ୍ଭାବ୍ୟ ଆପଦଗ୍ରସ୍ତ ଚାଷୀ ପରିବାରକୁ ପେନ୍‌ସନ୍‌ ଭଳି ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଉଭୟ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଓ ଦୁର୍ଘଟଣା ‌‌କ୍ଷେତ୍ରରେ ଅତିରିକ୍ତ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା ମିଳିବ। କେବଳ ସେତିକି ନୁହେଁ, ଚାଷୀଙ୍କୁ ଏଣିକି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ଯୋଗାଇ ଦେବେ ସରକାର। ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି କେଂଗ୍ରସ ଓ ବିେଜପି ଶାସିତ ରାଜ୍ୟମାନେ ଚାଷୀଙ୍କ ଋଣ ଛା଼଼ଡ କରୁଥିବାବେଳେ ଏ ସଂକ୍ରାନ୍ତ ଚାପକୁ ଏଡ଼ାଇ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏମିତି ଢଙ୍ଗରେ ବିକଳ୍ପ ତଥା ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। ଅଳ୍ପ କିଛି ଭୁବନେଶ୍ବର : କ୍ଷୁଦ୍ର ମମାତ୍ର ଚାଷୀଙ୍କୁ ଉଭୟ ଖରିଫ ଓ ରବି ଫସଲ ସହାୟତା ବାବଦରେ ପାଇଁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଭୂମିହୀନ ଚାଷୀ ପରିବାରକୁ ଜୀବିକା ସହାୟତା ବାବଦରେ ମିଳିବ ୧୨ ହଜାର ୫୦୦ ଟଙ୍କା। ଭୂମିହୀନ ଶ୍ରମିକ ଓ ସମ୍ଭାବ୍ୟ ଆପଦଗ୍ରସ୍ତ ଚାଷୀ ପରିବାରକୁ ପେନ୍‌ସନ୍‌ ଭଳି ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଉଭୟ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଓ ଦୁର୍ଘଟଣା ‌‌କ୍ଷେତ୍ରରେ ଅତିରିକ୍ତ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା ମିଳିବ। କେବଳ ସେତିକି ନୁହେଁ, ଚାଷୀଙ୍କୁ ଏଣିକି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ଯୋଗାଇ ଦେବେ ସରକାର। ଆସନ୍ତା ନିର୍ବାଚନକୁ ଆଖି ଆଗରେ ରଖି କେଂଗ୍ରସ ଓ ବିେଜପି ଶାସିତ ରାଜ୍ୟମାନେ ଚାଷୀଙ୍କ ଋଣ ଛା଼଼ଡ କରୁଥିବାବେଳେ ଏ ସଂକ୍ରାନ୍ତ ଚାପକୁ ଏଡ଼ାଇ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏମିତି ଢଙ୍ଗରେ ବିକଳ୍ପ ତଥା ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। ଅଳ୍ପ କିଛି ଚାଷୀଙ୍କୁ ଥରୁଟିଏ ଋଣଛାଡ଼ କରି ରାଜ୍ୟର ଅର୍ଥନୀତିକୁ ଢେର୍ ବର୍ଷ ଯାଏ ବିପର୍ଯ୍ୟୟ ମୁହଁକୁ ଠେଲି ଦେବା ବଦଳରେ କୃଷକର ଜୀବନ ଜୀବିକା ବୃଦ୍ଧି ପାଇଁ ସହାୟତା ତଥା ରୋଜଗାର ବୃଦ୍ଧି କରିବା ଲକ୍ଷ୍ୟରେ ୧୦ ହଜାର େକାଟି ଟଙ୍କାର ‘କାଳିଆ’ (କୃଷକ ଆସିଷ୍ଟାନ୍ସ ଫର୍ ଲାଇଭ୍ଲିହୁଡ୍ ଆଣ୍ଡ ଇନକମ୍ ଅଗମେଣ୍ଟେସନ୍) ଯୋଜନା ଘୋଷଣା କରିଛନ୍ତି। ତେବେ ବୋନସ୍‌ ଦିଆଯିବା ପ୍ରସଙ୍ଗକୁ ରାଜ୍ୟ ସରକାର ଟାଳି ନାହାନ୍ତି। ବରଂ ଏ ପ୍ରସଙ୍ଗରେ େକନ୍ଦ୍ର ଆଡକୁ ବଲ୍‌ ଫିଙ୍ଗିଛନ୍ତି। ଆଜି ଅପରାହ୍ନରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିିତିରେ ଅନୁଷ୍ଠିତ କ୍ୟାବିେନଟ୍‌ ବୈଠକରେ ଏହି ପ୍ରସ୍ତାବ ଉପରେ େମାହର ଲାଗିଥିଲା। େସହିଭଳି ସବୁଥର ମୁଖ୍ୟଶାସନ ସଚିବ କ୍ୟାବିନେଟ ନିଷ୍ପତ୍ତି ଗଣମାଧ୍ୟମକୁ ଶୁଣାଉଥିଲେ। ଆଜି କିନ୍ତୁ ମୁଖ୍ୟମନ୍ତ୍ରୀ ନିଜେ ମନ୍ତ୍ରୀମାନଙ୍କ ଉପସ୍ଥିତିରେ ଏ ସଂପର୍କରେ ସୂଚନା େଦବା ସହିତ ଏକ ବିଧିବଦ୍ଧ ସାମ୍ବାଦିକ ସମ୍ମିଳନୀ କରିଥିଲେ। ‘କାଳିଆ’ ଏକ ପ୍ରଗତିଶୀଳ େଯାଜନା େବାଲି ସୂଚାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏହାଦ୍ବାରା ରାଜ୍ୟର ୯୨ ପ୍ରତିଶତ ଚାଷୀ ଏବଂ ସମସ୍ତ ଭୂମିହୀନ କୃଷି ଶ୍ରମିକ ଉପକୃତ େହବେ। ଏ ଅର୍ଥ ଡିଟିବି ବ୍ୟବସ୍ଥାରେ ଅର୍ଥାତ୍ ସେମାନଙ୍କ ଆକାଉଣ୍ଟରେ ହିଁ ଜମା କରାଯିବ। ଆସନ୍ତା ୩ ବର୍ଷରେ କାଳିଆ େଯାଜନାରେ ୧୦ ହଜାର ୨୮୦ େକାଟି ଟଙ୍କା ଖର୍ଚ୍ଚ େହବ ଓ ୨୦୨୧ରେ ଏହି େଯାଜନାର ସମୀକ୍ଷା କରାଯାଇ ଆବଶ୍ୟକ ପରିବର୍ତନ ହେବ।