ଓଡିଆନ୍ ନ୍ୟୁଜ

135

ଆସନ୍ତା ୨୪ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

Team Odian News |

ଆସନ୍ତା ୨୪ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର୨୨ /୧୨(ଓଡିଆନ ନ୍ୟୁଜ) : ଆସନ୍ତା ୨୪ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଧ୍ୟାହ୍ନ ପ୍ରାୟ ୧ଟା୫ରେ ମୋଦି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ।
ଏହାପରେ ସଡ଼କ ପଥରେ ପ୍ରାୟ ୧ଟା ୪୦ରେ ଆଇଆଇଟି ଅରଗୁଳରେ ପହଞ୍ଚିବେ। ସେଠାରେ ପ୍ରଧାନମନ୍ତ୍ରୀ ଅରଗୁଳ ଆଇଆଇଟିକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।ଏହାପରେ ବ୍ରହ୍ମପୁର ଠାରେ ୨୦୦ ଏକର ଜାଗାରେ ନିର୍ମାଣ ହେବାକୁ ଥିବା ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚକୁ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳାନ୍ୟାସ କରିବେ।

୧ଟା ୪୦ରୁ ୨ଟା ୨୦ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ଅପରାହ୍ନ ପ୍ରାୟ ୨ଟା ୩୦ରେ ପ୍ରଧାନମନ୍ତ୍ରୀ ମୋଦି ନାଇଜର ଷ୍ଟାଡିୟମରେ ପହଞ୍ଚି ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ପ୍ରାୟ ଅଢେଇଘଣ୍ଟା ସେଠାରେ ରହିବା ପରେ ଅପରାହ୍ନ ୪ରେ ଦିଲ୍ଲୀ ଅଭିମୁଖେ ଫେରିଯିବେ ପ୍ରଧାନମନ୍ତ୍ରୀ।