ଓଡିଆନ୍ ନ୍ୟୁଜ

99

ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି; ଦାରିଙ୍ଗବାଡିରେ ୧୦ ଡିଗ୍ରୀ ତଳେ ପାରଦ

Team Odian News |

ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି; ଦାରିଙ୍ଗବାଡିରେ ୧୦ ଡିଗ୍ରୀ ତଳେ ପାରଦ
ଭୁବନେଶ୍ୱର୨୨ /୧୨(ଓଡିଆନ ନ୍ୟୁଜ) : ସାରା ରାଜ୍ୟରେ ଶୀତର ପ୍ରକୋପ। କୋରାପୁଟଠାରୁ କେନ୍ଦୁଝର ଚାରିଆଡ଼େ ତାପମାତ୍ରା ହ୍ରାସ ପାଇଛି। ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳର ଦାରିଙ୍ଗବାଡିରେ ପାରଦ ୧୦ ଡିଗ୍ରୀରୁ ତଳକୁ ଖସିଥିବା ବେଳେ ବାରିପଦାରେ ମଧ୍ୟ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ତେବେ ଏଭଳି ପାଗ ଆଗକୁ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି।

କୋରାପୁଟରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। କୋରାପୁଟରେ ପାରଦ ଖସିଥିବା ବେଳେ ପର‌୍ୟ୍ୟଟକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ସେହିଭଳି କୋରାପୁଟ ଲମତାପୁଟ ବ୍ଲକ୍‌ ଅଞ୍ଚଳରେ ମଧ୍ୟ ଅତ୍ୟଧିକ ଶୀତ ଅନୁଭୂତ ହେଉଛିକ।  ଏଠାରେ ଡୁଡୁମା ଜଳପ୍ରପାତ ରହିଥିବାରୁ ପର‌୍ୟ୍ୟଟକଙ୍କ ଭିଡ଼ ବେଶ୍‌ ଜମୁଛି।ସେହିପରି କେନ୍ଦୁଝରରେ ମଧ୍ୟ ଅତ୍ୟଧିକ ଶୀତର ପ୍ରଭାବ ଦେଖିବାକୁ ମିଳୁଛି। ଅପରାହ୍ନ ୪ଟା ପରଠୁ ଏଠାରେ ଶୀତର ପ୍ରଭାବ ଅନୁଭୂତ ଆରମ୍ଭ ହେଉଛି। ତାପମାତ୍ରା ୧୦ ଡିଗ୍ରୀରୁ ତଳକୁ ଖସୁଥିବା ବେଳେ ସନ୍ଧ୍ୟା ହେଲେ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି।