ଓଡିଆନ୍ ନ୍ୟୁଜ

132

ପରଦାକୁ ଆସିଛି,‘କେଜିଏଫ୍’, ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର, ‘ଜିରୋ’

Team Odian News |

ପରଦାକୁ ଆସିଛି,‘କେଜିଏଫ୍’ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର,  ‘ଜିରୋ’
ମୁମ୍ବାଇ,୨୨ /୧୨(ଓଡିଆନ ନ୍ୟୁଜ)  :  ଆଜି ପରଦାକୁ ଆସିଛି ୩ଟି ଫିଲ୍ମ। ରୋମାନ୍ସ, ଇମୋସନ୍ ଓ କମେଡିର ତଡ଼କା ଭରା ଫିଲ୍ମ ‘ଜିରୋ’ ଆଜି ରିଲିଜ୍‌ ହେଉଥିବା ବେଳେ ଏହାକୁ ଟକ୍କର ଦେବାକୁ ପରଦାକୁ ଆସିଛି ଟଲିଉଡ୍ ମୁଭି ‘କେଜିଏଫ୍’।  ଅନ୍ୟପଟେ ସିଲଭର ସ୍କ୍ରୀନ୍‌କୁ ଆସିଛି ପଲିଟିକାଲ୍‌ ଡ୍ରାମା ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର।
‘ଜିରୋ’ର ଜଲୱା ‘ଫ୍ୟାନ୍’ ମୁଭି ପରେ ପୁଣି ଥରେ ରୂପେଲି ପରଦାରେ ଶାହରୁଖଙ୍କ ଭିନ୍ନ ଅବତାର। ଏକ ବାମନ ଭୂମିକାରେ ବିଗ୍ ସ୍କ୍ରିନରେ ଓହ୍ଲାଇଛନ୍ତି ବଲିଉଡର  ବାଦ୍‌ଶାହ ଖାନ୍। ଏଥିରେ ଅନୁଷ୍କା ମଧ୍ୟ ଜଣେ ଦିବ୍ୟାଙ୍ଗ ଚରିତ୍ରରେ ଦର୍ଶକଙ୍କ ଆଗକୁ ଆସିଛନ୍ତି। ତେବେ ଗ୍ଲାମରସ୍ ଅନ୍ଦାଜରେ ଆସିଛନ୍ତି କ୍ୟାଟ୍ରିନା। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ ରାୟ। ୨୦୧୨ରେ ୟଶ୍‌ରାଜ୍ ବ୍ୟାନ୍‌ରରେ ରିଲିଜ୍ ହୋଇଥିବା ‘ଜବ୍ ତକ୍ ହେ ଜାନ୍’ ଫିଲ୍ମରେ ଶାହରୁଖ-ଅନୁଷ୍କା-କ୍ୟାଟ୍ରନାଙ୍କ ଯୋଡ଼ି କମାଲ୍‌ ଦେଖାଇଥିଲା। ଏବେ ପୁଣି ଥରେ ସେଇ ମ୍ୟାଜିକ୍ ରିକ୍ରିଏଟ୍‌କୁ ନେଇ ଏହାର ନିର୍ମାତା ଆଶାବାଦୀ ଅଛନ୍ତି।