ଓଡିଆନ୍ ନ୍ୟୁଜ

113

ଶପଥ ନେଲେ ଅଶୋକ ଗେହଲୋଟ୍‌ଙ୍କ ମନ୍ତ୍ରୀମଣ୍ଡଳ

Team Odian News |

ଶପଥ ନେଲେ ଅଶୋକ ଗେହଲୋଟ୍‌ଙ୍କ ମନ୍ତ୍ରୀମଣ୍ଡଳ
ଜୟପୁର,୨୪ /୧୨(ଓଡିଆନ ନ୍ୟୁଜ) : ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛି। ସହଯୋଗୀ ଦଳରୁ ଜଣେ ଏବଂ ଜଣେ ପୂର୍ବତନ ରାଜା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ମୋଟ୍ ୨୩ ଜଣ ମନ୍ତ୍ରୀଙ୍କୁ ରାଜ୍ୟପାଳ କଲ୍ୟାଣ ସିଂହ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ଲୋକଦଳରୁ ନିର୍ବାଚିତ ସୁବାସ ଗର୍ଗ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ୧୮ ଜଣ ବିଧାୟକଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରୀ ପଦ ମିଳିଥିବାବେଳେ କୌଣସି ନୂଆ ସଦସ୍ୟଙ୍କୁ ନିଆଯାଇନାହିଁ।