ଓଡିଆନ୍ ନ୍ୟୁଜ

141

ଆଜି ପବିତ୍ର ବଡ଼ଦିନ ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଚଳଚଞ୍ଚଳ

Team Odian News |

ଆଜି ପବିତ୍ର ବଡ଼ଦିନ ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଚଳଚଞ୍ଚଳ 
ଭୁବନେଶ୍ୱର,୨୫/୧୨(ଓଡ଼ିଆନ ନ୍ୟୁଜ): ଆଜି ପବିତ୍ର ବଡ଼ଦିନ। ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ଗତକାଲି ମଧ୍ୟରାତ୍ରୀରେ ପ୍ରଭୁ ଯୀଶୁ ଧରାବତରଣ କରିଛନ୍ତି। ଏହି ଅବସରରେ ଚାରିଆଡ଼େ ଉତ୍ସବ ମୁଖର। ଏଥିସହ ସୁନ୍ଦର ଆଲୋକମାଳାରେ ଚର୍ଚ୍ଚ ଝଲସୁଛି।

ଆଜିର ଏହି ଦିନକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଚଳଚଞ୍ଚଳ ହୋଇ ଉଠିଛି।କଟକରୁ କନ୍ଧମାଳ, ରାଉରକେଲାରୁ ରାଜଧାନୀ ଭୁବନେଶ୍ୱର ସବୁଠି ଆଲୋକମାଳାରେ ଝଲସୁଛି ଚର୍ଚ୍ଚ। ଖ୍ରୀଷ୍ଟମାସ୍‌ ଟ୍ରି ସଜାଇ କ୍ୟାରୋଲ୍‌ ଗାନ କରି ପ୍ରଭୁ ଯୀଶୁଙ୍କୁ ସ୍ୱାଗତ କରିଛନ୍ତି ଲୋକେ। ଖ୍ରୀଷ୍ଟମାସ୍‌ ଅବସରରେ ଚର୍ଚ୍ଚ ଗୁଡିକରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଛି।କଟକ କ୍ୟାଣ୍ଟନମେଣ୍ଟ ରୋଡ ସ୍ଥିତ କ୍ୟାଥୋଲିକ୍‌ ଚର୍ଚ୍ଚରେ ମଧ୍ୟ ବଡଦିନ ଉତ୍ସବ ପାଳନ ହୋଇଛି। ଯୀଶୁଙ୍କ ଜନ୍ମଦିନ ଅବସରରେ ଶତାଧିକ ସଂଖ୍ୟାରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଯୋଗ ଦେଇ ସମୂହ ପ୍ରାର୍ଥନା କରିଥିଲେ। କ୍ୟାରୋଲ୍‌ ଗାନ କରି ଖ୍ରୀଷ୍ଟ ଧର୍ମାବଲମ୍ବୀ ଭାଇ ଓ ଭଉଣୀ ପରସ୍ପରକୁ ଖ୍ରୀଷ୍ଟମାସ୍‌ର ଶୁଭେଚ୍ଛା ଜଣାଇଛନ୍ତି।ଷ୍ଟିଲ୍‌ସିଟି ରାଉରକେଲାରେ ମଧ୍ୟ ଆଲୋକମାଳାରେ ଝଲସୁଛି ବିଭିନ୍ନ ଚର୍ଚ୍ଚ। ଖ୍ରୀଷ୍ଟମାସ୍‌ ପାଳନ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଉରକେଲା ହମିରପୁର କ୍ୟାଥୋଲିକ୍ ଚର୍ଚ୍ଚରେ ଖ୍ରୀଷ୍ଟମାସ ପାଳନ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି।

ସେପଟେ କନ୍ଧମାଳରେ ମଧ୍ୟ ଧୁମ୍‌ଧାମ୍‌ରେ ପାଳିତ ହେଉଛି ଖ୍ରୀଷ୍ଟମାସ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚକୁ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ କରାଯାଇଛି।