ଓଡିଆନ୍ ନ୍ୟୁଜ

138

ଭିତରକନିକା ପ୍ରେମରେ ରଙ୍ଗବେରଙ୍ଗର ପକ୍ଷୀ

Team Odian News |

ଭିତରକନିକା ପ୍ରେମରେ ରଙ୍ଗବେରଙ୍ଗର ପକ୍ଷୀ 
କେନ୍ଦ୍ରାପଡ଼ା ,୨୮/୯(ଓଡ଼ିଆନ୍‍ ନ୍ୟିୁଜ୍‍):ମାଇଲ ମାଇଲ ଦୂର ରୁ ଛୁଟି ଆସନ୍ତି ରଙ୍ଗବେରଙ୍ଗର ପକ୍ଷୀ । ପ୍ରକୃତିର ସୌନ୍ଦର୍ଯ୍ୟଭରା ଭିତରକନିକା ର ଚିର ସବୁଜିମା ଘେରା ନିଘଞ୍ଚ ଲୁଣି ଅରଣ୍ୟ ର ପାଣି ପବନ ର ପ୍ରେମରେ ପଡ଼ିଛନ୍ତି ଏଇ ଦେଶ ବିଦେଶର ପକ୍ଷୀ ମାନେ । ଭାବିଲେ ଆଶ୍ଚର୍ଯ୍ୟ ଲଗେ ସତେ ! ଏହି ପକ୍ଷୀ ମାନଙ୍କର କି ପ୍ରକୃତି ପ୍ରେମ ।ପ୍ରତିବର୍ଷ ହଜାର ହଜାର ମାଇଲ ମାଇଲ ଦୂର ରୁ କେତେ ଝଡ଼ ଝଞ୍ଜା କୁ ଖାତିରି ନକରି ଭିତରକନିକାର ଶୋଭାରାଣୀ ର ପ୍ରେମରେ ପଡ଼ନ୍ତି ଏଇ ପକ୍ଷୀମାନେ । ଜୁନ୍‍ ମାସ ଆରମ୍ଭ ରୁ ଭିତରକନିକା ରେ ଦେଖାଦିଅନ୍ତି ରଙ୍ଗବେରଙ୍ଗର ପକ୍ଷୀମାନେ । ସେମାନଙ୍କ କିଚିର ମିଚିରି କଳରବ ରେ ମୁଖରିତ ହୋଇଉଠେ ଭିତରକନିକା । ସୁଦୂର ଇରାକ୍‍,ଇରାନ୍‍,ଥାଇଲାଣ୍ଡ ଓ ଆମେରିକା ପ୍ରଭୃତି ଅଞ୍ଚଳରୁ ଲକ୍ଷ ଲକ୍ଷ ଅତିଥି ପକ୍ଷୀମମାନଙ୍କର ଆଗମନ ହେଇଥାଏ । ପ୍ରତ୍ୟେକ ବର୍ଷ ଜୁନ୍‍ ମାସ ଠାରୁ ଡ଼ିସେମ୍ବର ମାସ ଏବଂ ଡ଼ିସେମ୍ବର ମାସ ଠାରୁ ଏପ୍ରିଲ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଦୁଇ ପର୍ଯ୍ୟାୟରେ ଦେଶ ଓ ବିଦେଶର ପକ୍ଷୀମାନଙ୍କର ଆଗମନ ଓ ପ୍ରସ୍ଥାନ କରିଥାନ୍ତି ।
ବିଖ୍ୟାତ୍‍ ପକ୍ଷୀ ବିଶାରଦ ଆଣ୍ଡୃ ରବର୍ଟସନ୍‍ଙ୍କ ହିସାବ ଅନୁସାରେ ଭିତରକନିକା ରେ ଶହେ ଛଅଷଠି ପ୍ରକାରର ପକ୍ଷୀ ବାସ କରନ୍ତି ।ଭିତରକନିକା ଥିବା ଆଠ ପ୍ରକାର ମାଛରଙ୍କା ଚଢ଼େଇ ଏହି ପକ୍ଷୀ ସମ୍ଭାର ର ଅନ୍ତର୍ଭୁକ୍ତ । ଭିତରକନିକା ର ‘ବଗଗହଣ’ ଜଙ୍ଗଲରେ ଅଣ୍ଡାଦେଇ ଛୁଆ ଜନ୍ମକରାଇବା କୁ ଏଠାରେ ଆସୁଥିବା ପକ୍ଷୀମାନଙ୍କର ନିବଧି କଳରୋଳ ଏଠାରେ ଏକ ବିରଳ ଦୃଶ୍ୟ ସୃଷ୍ଟି କରିଥାନ୍ତି । ଦେଶୀୟ ପକ୍ଷୀ ଗେଣ୍ଡାଳିଆ, ଖପରଖାଇ,ପାଣିକୁଆ,ଅଞ୍ଜନା,  ଖଇରା,  ଦାବେଣ୍ଟିଆ, ଅନ୍ଧାରୀ ବଗ,ରାଣୀବଗ ଆଦି ପକ୍ଷୀମାନେ ଗୋଟିଏ ଗଛରେ ୨/୩ ଟି ବସା ହିସାବରେ ପ୍ରାୟ ୧୦ ହଜାର ଗୁଆଁ,ସିଙ୍ଗଡ଼ା ଗଛରେ ବସାବାନ୍ଧି ରହି ଅଣ୍ଡାଦେଇ ଛୁଆ ଫୁଟାଇ ପ୍ରାଥମିକ ଲାଳନ ପାଳନ ପରେ ଅନ୍ୟତ୍ର ଚାଲିଯାଆନ୍ତି ।
ବିଦେଶୀ ପକ୍ଷୀମାନଙ୍କ ମଧ୍ୟରେ ଝଲସ୍‍, କୋଟସ୍‍, ଫିଣ୍ଟାଲିନ୍‍,ସେଲେଭାର,ୟୁଗେନ୍‍,ହ୍ୟାଇଟ୍‍ ଇବସ୍‍,କିଙ୍ଗଫିସର,କରରୋମାଣ୍ଟ ବ୍ରାହିନ୍‍କିଟ୍‍, ଗ୍ରେପେଲିକାନ୍‍, ବାର ହେଡ଼େନ୍‍ ଗୋସି,ହ୍ୱାଇଟ୍‍ ବିଲିଭି, ସିରଗଲ,ସାଇବେରୀୟ ବତକ,ଲାଲ ମୁଣ୍ଡିଆ ବତକ,ପାତି ହଂସ,ଧଳା ଲମ୍ବା ଚୁଚୁଦରି,ଡ଼େଲିକାନ, ପେଣ୍ଟସ୍ପାରାଡ଼ାଇଜ୍‍, ଫ୍ଲାଇକେଚର,ବ୍ଲୁନେଭାଡ଼,କଳାମୁଣ୍ଡିଆ,ନୀଳଫାଇଚର, ଟନରସ୍‍,ଡ଼ଲଫିନ୍‍ ଓ ଫ୍ଲେମିଆ ପ୍ରଭୃତି ପ୍ରଧାନ ଅଟନ୍ତି ।ଏହା ଛଡ଼ା ଦେଶୀୟ ପକ୍ଷୀମାନଙ୍କର ମଧ୍ୟରେ ହଂସ,ପାତି ହଂସ,ବାଇୟା,ଗାଇୟା,କେଶରପାଣ୍ଡିଆ, ହଳଦୀବସନ୍ତ, ଗେଣ୍ଡାଳିଆ,ଗବ,ମାଛରଙ୍କାବଣି,କାଣ୍ଟିବଗ, ମାଛରଙ୍କା, ବଣି,  କୋଚିଳିଖାଇ,ଘିକାଳିକା,କଜଳପାତିଆ,ପାଣି କୁଆ,ଢ଼ାଉକ, କୁମ୍ଭାଟିଆ,ଟିଆ,ଶୁଆ,ଶାରୀ,ଛଞ୍ଚାଣ,କାଟଉଣୀ, ପତିପତିଳା, ଜଳଖୁମ୍ପି,କପୋତ,ବିଭିନ୍ନ ଜାତିର ପାରା,କୋଇଲି ପ୍ରଭୃତି ଭିତରକନିକାରେ ଶୀତଦିନେ ଆରଣ୍ୟର ସୌନ୍ଦର୍ଯ୍ୟକୁ କରେ ମନଲୋଭା ।