ଓଡିଆନ୍ ନ୍ୟୁଜ

203

‘ଆଳି-କନିକାରେ ବିଜେଡ଼ି ହିଁ ବିକାଶର ଧାରାକୁ ଆଗକୁ ନେଉଛି ’- ସାଂସଦ ପ୍ରତାପ ଦେବ ।

Team Odian News |

‘ଆଳି-କନିକାରେ ବିଜେଡ଼ି ହିଁ  ବିକାଶର ଧାରାକୁ ଆଗକୁ ନେଉଛି ’- ସାଂସଦ ପ୍ରତାପ ଦେବ ।   
ରାଜକନିକା,୨୬ା୧୨(ଓଡ଼ିଆନ୍‍ ନ୍ୟୁଜ୍‍): ରାଜ୍ୟରେ ବିଜେଡ଼ି ସରକାର ହିଁ ଗରିବ ଲୋକାମାନଙ୍କ ପାଇଁ ସାହା ଭରଷା ପାଲଟିଛି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନା ରାଜ୍ୟକୁ ବିକାଶ ମୁଖୀ କରାଉଛି  । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଜନହିତକର ଯୋଜନା ସଂପର୍କରେ ପ୍ରତ୍ୟେକ ପରିବାରକୁ ଜଣାଇବାର ସମୟ ଆସିଛି  । ବିଜେପି ଏବଂ କଂଗ୍ରେସ ଭଳି ବାହାପିଆ କଥାରେ ଆମେ ବିଶ୍ୱାସ କରୁନାଁ  । ଉକ୍ରଳମାତାର ଯୋଗ୍ୟତମ ସନ୍ତାନ ବିଜୁ ପଟ୍ଟନାୟକଙ୍କ ନାମରେ ଆଜିର ଦିନରେ ବିଜୁ ଜନତା ଦଳ ଗଠିତ ହୋଇଥିଲା ଏକ ଶୁଭ ଲଗ୍ନରେ । ତେବେ ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକ ଦୀର୍ଘ ୧୮ ବର୍ଷ ଧରି ଓଡିଶାର ବିକାଶ ପାଇଁ ୨୬ଟି ଯୋଜନା ପ୍ରଣୟନ କରି ସମଗ୍ର ଭାରତ ବର୍ଷରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେହିପରି ଚଳିତ ବର୍ଷ ଓଡିଶାରେ ବିଶ୍ୱହକି ଖେଳ କରି ନବୀନ ପଟ୍ଟନାୟକ ସମଗ୍ର ବିଶ୍ୱରେ ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ  ଦେଇଛନ୍ତି । ଯାହାକି ଇତିହାସ ପୃଷ୍ଟାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ତେବେ ତାଙ୍କ ଆଶୀର୍ବାଦରୁ ଆଳି କନିକାରେ ରାସ୍ତାଘାଟ, ପୋଲ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ବିକାଶ ଘଟିଛି । ରାଜକନିକା ଅଞ୍ଚଳ ଜନଗଣଙ୍କର ବହୁ ସମସ୍ୟା ସମାଧାନ ହୋଇଛି । ଆମେ କଥା ନୁହେଁ କାମରେ ଆମେ ବିଶ୍ୱାସ କରୁ  । ଆଳି-ରାଜକନିକା ଅଞ୍ଚଳରେ ବିଜେଡ଼ି ହିଁ ବିକାଶର ଧାରାକୁ ଆଗକୁ ନେଉଛି ବୋଲି ରାଜକନିକା ବ୍ଲକ୍‍ ଅନ୍ତର୍ଗତ ଓଳାଭର କାଳୀପଡ଼ିଆ ଠାରେ ବିଜେଡ଼ିର ୨୧ ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ବିଜେଡ଼ିର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ମତବ୍ୟକ୍ତ କରିଛନ୍ତି  । ରାଜକନିକା ବ୍ଲକ୍‍ ସଭାପତି ତଥା ଜିଲାପରିଷଦ ସଭ୍ୟ ଜୟଦେବ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଜେଡ଼ିର ଏହି ପ୍ରତିଷ୍ଠା ଦିବସରେ ଜିଲାପରିଷଦ ସଭ୍ୟ ଜଗନ୍ନାଥ ରାଉତରାୟ ରାଜକନିକାର ସମସ୍ତ କର୍ମୀମାନଙ୍କୁ ଆଗାମୀ ଦିନରେ ଏକ ଜୁଟ୍‍ ହୋଇ ସିଧା ସଳଖ ସାଂସଦ ଶ୍ରୀଦେବଙ୍କୁ ହାତମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଥିଲେ  । ଜିଲାପରିଷଦ ସଭ୍ୟା କଳ୍ପନା ମହାପାତ୍ର, ବିଜେଡ଼ି ଯୁବ ସଭାପତି ଅୟସ ସାମଲ, ପ୍ରାକ୍ତନ ଜିଲାପରିଷଦ ସଭ୍ୟ ବିକାଶ ଚନ୍ଦ୍ର ଦାସ, ପ୍ରାକ୍ତନ ପଞ୍ଚାୟତ ସମିତିର ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ପଞ୍ଚାୟତ ସମିତିର ଅଧ୍ୟକ୍ଷା ସାବିତ୍ରୀ ଦାସ ଏବଂ  ଉପାଧ୍ୟକ୍ଷ ବିଶ୍ୱନାଥ ନାୟକ ଯୋଗଦେଇ ବିଜେଡ଼ି ଶାସନର ଜନହିତକର ଯୋଜନା ସଂପର୍କରେ କହିବା ସହିତ ବିଜେପି ଏବଂ କଂଗ୍ରେସ ଦଳକୁ ତୀବ୍ର ସମାଲୋଚନା କରିଥିଲେ, ଏହା ସହିତ ଆଗାମୀ ନିର୍ବାଚନରେ ପ୍ରତାପ ଦେବଙ୍କୁ ବିଜୟୀ କରିବାକୁ ମା କାଳିଙ୍କ ପୀଠରେ ଶପଥ ନେବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ରାଜକନିକାରୁ ଏକ ବିଶାଳ ମଟରସାଇକେଲ ଶୋଭାଯାତ୍ରାରେ ସାଂସଦ ଶ୍ରୀଦେବଙ୍କୁ  ଓଳାଭର ପର୍ଯ୍ୟନ୍ତ ଯୁବ କର୍ମୀମାନେ ପାଛୋଟି ଆଣିଥିଲେ  । ଏହା ସହିତ ସାଂସଦ ଶ୍ରୀଦେବଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  ।   ବଳରାମପୁର ସରପଞ୍ଚ ସୁବଳ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ  ।