ଓଡିଆନ୍ ନ୍ୟୁଜ

153

ଖୋଲିଲା ଶ୍ରୀମନ୍ଦିର ଭିତର କବାଟ

Team Odian News |

ଖୋଲିଲା ଶ୍ରୀମନ୍ଦିର ଭିତର କବାଟ

ପୁରୀ୨୮/୧୨(ଓଡ଼ିଆନ୍‍ ନ୍ୟୁଜ୍‍): ଭିତରଛୁ ଏବଂ ପୁଲିସ ଧସ୍ତାଧସ୍ତି ଘଟଣାକୁ ନେଇ ଆଜି ସେବାୟତମାନେ ଶ୍ରୀମନ୍ଦିରର ଦ୍ୱାର ବନ୍ଦ ରଖିଥିବାରୁ ଶ୍ରୀଜିଉଙ୍କ ନୀତିକାନ୍ତି ହୋଇପାରିନଥିଲା, ଭକ୍ତମାନେ ନିରାଶ ହୋଇଫେରିବା ସହ କିଛି ମନ୍ଦିର ଭିତରକୁ ଧସେଇ ପଶିଥିଲେ । ହେଲେ ଏବେ ଅହୋବିବାଦର ସମାଧାନ ହୋଇଛି ଶ୍ରୀମନ୍ଦିରର ଭିତର କବାଟ ଖୋଲାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ଶ୍ରୀଜିଉଙ୍କ ନୀତି ଆରମ୍ଭ କରିଛନ୍ତି ସେବାୟତମାନେ । ଖୁବ ଶୀଘ୍ର ମହାପ୍ରଭୁଙ୍କ ସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ମଧ୍ୟ ମିଳିଛି । ସେବାୟତ ଏବଂ ପୋଲିସ ମଧ୍ୟରେ ବିବାଦ କାରଣରୁ ଶ୍ରୀମନ୍ଦିରର ଭିତର କବାଟ ବନ୍ଦ ହୋଇ ରହିଥିଲା । ଶ୍ରୀମନ୍ଦିରରେ ନୀତି ବନ୍ଦ ଯୋଗୁଁ ମହାପ୍ରଭୁ ଉପବାସରେ ରହିଥିଲେ । ଅଚଳାବସ୍ଥା ଦୂର ପାଇଁ ସେବାୟତ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମଧ୍ୟରେ ହୋଇଥିବା ଆଲୋଚନା ମଧ୍ୟ ବିଫଳ ହୋଇଥିଲା । ଏହାପରେ ପୁରୀ ଜିଲ୍ଲାପାଳ ଓ ଏସପି ସମସ୍ୟାର ସମାଧାନ ପାଇଁ ସେବାୟତଙ୍କ ସହ ଆଲୋଚନା କରିବାକୁ ମନ୍ଦିର ଭିତରକୁ ଯାଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ତେବେ ଦୀର୍ଘ 10 ଘଣ୍ଟା ଶ୍ରୀମନ୍ଦିର ବନ୍ଦ ରହିବା ପରେ ଭିତର କବାଟ ଖୋଲିଛି । ତେବେ ଖୁବ ଶୀଘ୍ର ସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏହାସହ ଆଜି ଶ୍ରୀଜିଉଙ୍କୁ ବିଳମ୍ବିତ ରାତି ଯାଏ ଦର୍ଶନ କରି ପାରିବେ ଭକ୍ତ। ଶୃଙ୍ଖଳିତ ଦର୍ଶନ ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କାଯାଇଛି। ଆଜି କୌଣସି ଭକ୍ତ ଯେପରି ଦର୍ଶନରୁ ବଞ୍ଚିତ ନହୁଅନ୍ତି ସେ ବ୍ୟବସ୍ଥା ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର।