ଓଡିଆନ୍ ନ୍ୟୁଜ

289

କେଶ ଝଡିବା ବନ୍ଦ କରିବା ପାଇଁ ଚାହୁଁଛନ୍ତି କି . . .

Team Odian News |

କେଶ ଝଡିବା ବନ୍ଦ କରିବା ପାଇଁ ଚାହୁଁଛନ୍ତି କି . . . 

 
(ଓଡ଼ିଆନ୍‍ ନ୍ୟୁଜ୍‍):କେଶ ଝଡିବା ସମସ୍ୟାକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ରହିଥାନ୍ତି,ଏହି ସମସ୍ୟାରୁ ଉପଶମ ପାଇଁ ଅନେକ ପ୍ରକାରର ଘରୋଇ ପଦାର୍ଥର ବ୍ୟବହାର କରିବା ସହ ଦୋକାନରୁ ମଧ୍ୟ ବିଭିନ୍ନ ଓ୍ୟ÷ଷଧ ଓ ତେଲର ବ୍ୟବହାର କରିଥାନ୍ତି । କେହି କେହି ଡାକ୍ତରଙ୍କ ପରାର୍ମଶ ମଧ୍ୟ ନେଇଥାନ୍ତି କିନ୍ତୁ ସବୁ ପରିଶ୍ରମ ବୃଥା ଯାଏ ଓ କେଶ ଝଡିବା ବନ୍ଦ ହୋଇନଥାଏ । ହେଲେ ନିୟମିତ ଖାଦ୍ୟ ପାନୀୟ ଉପରେ ଧ୍ୟାନ ରଖିଲେ କେଶ ସମସ୍ୟାରୁ ଉପଶମ ମିଳିପାରିବ । କେଶ ଝଡିବା ସିଧା ସଳଖ ଆପଣଙ୍କ ଶରୀରର ସୁସ୍ଥତା ଉପରେ ମଧ୍ୟ ନିର୍ଭର କରିଥାଏ । ଶରୀର ଅସୁସ୍ଥ ହେଲେ କେଶ ଝଡିବା ଅଧିକ  ହୋଇଥାଏ । ଯଦି ଆପଣ କେଶ ଝଡିବା ସମସ୍ୟାରେ ଆକ୍ରାନ୍ତ ତେବେ ପୋଷକ ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ ।  କିଛି ପୋଷକ ଯୁକ୍ତ ଖାଦ୍ୟ ବିଷୟରେ ଜାଣନ୍ତୁ ଯାହାକୁ ଆପଣ ଖାଦ୍ୟରେ ସାମିଲ କରି କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇପାରିବା ...
• ଅଣ୍ଡା – ବାୟୋଟିନ ଓ ଭିଟାମିନ୍ ପରିପୂର୍ଣ୍ଣ ଅଣ୍ଡା, କେଶର ବିକାଶ କରିବା ସହ ସ୍ୱାସ୍ଥ୍ୟ ପକ୍ଷେ ଲାଭ ଦାୟକ ଅଟେ । ଅଣ୍ଡାକୁ ଖାଦ୍ୟ ରୂପେ ଗ୍ରହଣ କରିବା ସହିତ ଅଲିଭ ତେଲରେ ଏହାକୁ ମିଶ୍ରଣ କରି କେଶରେ ଲଗାଇ ପାରିବେ । ଦୁଇଟି ଅଣ୍ଡା ସହ ଚାରି ଚାମଚ ଅଲିଭ ତେଲ ମିଶାଇ ପତଳା ଲେପ ତିଆରି କରନ୍ତୁ ଏବଂ ମୁଣ୍ଡରେ ଲଗାନ୍ତୁ । ଦେଖିବେ କେଶ ଝଡ଼ିବା ସମସ୍ୟା ଦୂର ହୋଇଯିବ ।
• ପାଳଙ୍ଗ –  ଏଥିରେ ବହୁମାତ୍ରାରେ ଆଇରନ ଏବଂ ଫୋଲେଟର ରହିଥାଏ  । କେଶର ବିକାଶ ପାଇଁ ଆପଣ ଖାଦ୍ୟରେ ପାଳଙ୍ଗ ସାମିଲ କରନ୍ତୁ । କେଶର ବିକାଶରେ ପାଳଙ୍ଗ ସାହାର୍ଯ୍ୟ କରିଥାଏ । ଏହା ସହିତ ଫୋଲେଟ ଲାଲ ରକ୍ତ କଣିକାର ନିର୍ମାଣରେ ସାହାଯ୍ୟ କାରିଥାଏ । ଏହା କେଶକୁ ଅମ୍ଳଜାନ ଦବାରେ ସାହାଯ୍ୟ କରିଥାଏ । ଭୋଜନରେ ପାଳଙ୍ଗକୁ ବିଭିନ୍ନ ତରକାରି ସହ ସାଲାଡ ଭାବରେ ବ୍ୟବହାର କରିପାରିବେ ।
• ଶିମଲା ଲଙ୍କା – ଲାଲ, ହଳଦୀ ଓ ସବୁଜ ରଙ୍ଗରେ ଉପଲବ୍ଧ ଏହି ଲଙ୍କା ଭିଟାମିନ ‘ସି’ରେ ଭରପୁର ଅଟେ । ଏହା କେଶର ସୁସ୍ଥତା ପାଇଁ ଜରୁରୀ ଅଟେ । ଭିଟାମିନ ‘ସି’ ଦ୍ୱାରା ଲାଲ ରକ୍ତକୋଷିକାରେ ଲୌହର ମାତ୍ରା ଅଧିକ ରହିଥାଏ । ଭିଟାମିନ ସି ଅଭାବରେ କୋଶ ରୁକ୍ଷ ହୋଇଯାଇଥାଏ ।
• ମସୁର ଡାଲି – ସପ୍ତାହରେ ଦୁଇଥର ମସୁର ଡାଲି ଖାଇବାରେ ସାମିଲ କରନ୍ତୁ, ଦେଖିବେ ଏହା ଆପଣଙ୍କ ଶରୀରକୁ ପ୍ରୋଟିନ ଦେବା ସହ ଆପଣଙ୍କ କେଶ ଝଡିବା ବନ୍ଦ କରିଥାଏ ।
ଆପଣ ଚାହିଁଲେ ଖାଇବାରେ ଗାଜର, ସୋୟାବିନ, ସଜନା, ବିଟ, ଦହି, ଚୁନାମାଛ ଆଦି ମଧ୍ୟ ସାମିଲ କରିପାରିବେ ।