ଓଡିଆନ୍ ନ୍ୟୁଜ

124

ନୂଆ ବର୍ଷ ଠାରୁ ରାଜ୍ୟପାଳଙ୍କୁ ଅନ୍‌ଲାଇନ୍‌ରେ କରିପାରିବେ ନିମନ୍ତ୍ରଣ

Team Odian News |

ନୂଆ ବର୍ଷ ଠାରୁ ରାଜ୍ୟପାଳଙ୍କୁ ଅନ୍‌ଲାଇନ୍‌ରେ କରିପାରିବେ ନିମନ୍ତ୍ରଣ
ଭୁବନେଶ୍ୱର,୨୮/୧୨(ଓଡ଼ିଆନ ନ୍ୟୁଜ): ଏଣିକି ରାଜ୍ୟପାଳଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ନିମନ୍ତ୍ରଣ କରାଯାଇପାରିବ। ଖୁବ୍‌ କମ୍‌ ଦିନ ମଧ୍ୟରେ ଏଭଳି ବ୍ୟବସ୍ଥା ହେବାକୁ ଯାଉଛି। ଇଚ୍ଛୁକ ସଂସ୍ଥା ରାଜ୍ୟପାଳଙ୍କୁ ଅତିଥି ଭାବରେ ପାଇବା ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ନିମନ୍ତ୍ରଣ କରିପାରିବେ। ସୂଚନା ଅନୁସାରେ ଏହି ବ୍ୟବସ୍ଥା ୨୦୧୯ ଫେବ୍ରୁଆରିରୁ ଲାଗୁ ହେବ। ନିମନ୍ତ୍ରଣ ଲାଗି ଆର.ବି.ପି.ଏମ୍‌ ନାମକ ଏକ ସଫ୍ଟେଓ୍ଵର ସଂସ୍ଥା ଆପ୍ଲିକେସନ ପ୍ରସ୍ତୁତ କରିଛି। ନବ ବର୍ଷ ଉପଲକ୍ଷେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଜାନୁଆରି ୧ରେ ଏହି ଆପ୍ଲିକେସନକୁ ଶୁଭାରମ୍ଭ କରିବାର କାର‌୍ୟ୍ୟକ୍ରମ ରହିଛି।