ଓଡିଆନ୍ ନ୍ୟୁଜ

141

ଓଡ଼ିଆ ପରମ୍ପରାକୁ ନେଇ ମୁଁ ପ୍ରତି ମୁହୂର୍ତ୍ତରେ ଗର୍ବ କରେ: ନିକିତା ଗନ୍ତାୟତ

Team Odian News |

ଓଡ଼ିଆ ପରମ୍ପରାକୁ ନେଇ ମୁଁ ପ୍ରତି ମୁହୂର୍ତ୍ତରେ ଗର୍ବ କରେ: ନିକିତା ଗନ୍ତାୟତ
ପ୍ରଶ୍ନ: ମିସ୍ ଦକ୍ଷିଣ ଏସିଆ କାନାଡା ୨୦୧୭ ପ୍ରତିଯୋଗିତାରେ ବିଜୟୀ ହୋଇଥିବାରୁ ଅସଂଖ୍ୟ ଓଡିଶାବାସୀଙ୍କ ତରଫରୁ ଆପଣଙ୍କୁ ହାର୍ଦିକ ଅଭିନନ୍ଦନ । ଫଳାଫଳ ଘୋଷଣା ହେବା ମାତ୍ରକେ ଆପଣଙ୍କର ଆସନ୍ନ ପ୍ରତିକ୍ରିୟା କଣ ଥିଲା?

ଉତ୍ତର: ଆପଣଙ୍କର ଶୁଭେଚ୍ଛା ଓ ପ୍ରୋତ୍ସାହନ ପାଇଁ ଧନ୍ୟବାଦ – ଏହା ମୋ ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ। ଯେତେବେଳେ ଫଳାଫଳ ଘୋଷଣା କରାଗଲା, ସେଇ ମୁହୂର୍ତ୍ତ ମୋ ପାଇଁ ଖୁବ୍ ସ୍ୱପ୍ନିଳ ଏବଂ ଆବେଗାତ୍ମକ ଥିଲା । ମୋ ଭିତରେ ଆବେଗର ରୋଲରକୋଷ୍ଟର ଦୌଡିଲା ଭଳି ଲାଗୁଥିଲା। ଏଭଳି ଏକ ଗୌରବପୂର୍ଣ୍ଣ ଟାଇଟେଲ୍ ଜିତି ନିଜକୁ ମୁଁ ଭାଗ୍ୟଶାଳୀ ଅନୁଭବ କଲି, ମୂଳରୁ ଯାହା ଚାହୁଁଥିଲି ତାକୁ ପାଇବାର ଖୁସିରେ ଉଲ୍ଲସିତ ଥିଲି । ମୋତେ ପ୍ରତ୍ୟେକ ମୁହୂର୍ତ୍ତରେ ଅନୁପ୍ରାଣିତ କରିଥିବା ପାଇଁ ମୁଁ  ମୋର ପରିବାର ପ୍ରତି କୃତଜ୍ଞ ।

ପ୍ରଶ୍ନ: ଏହି ପ୍ରତିଯୋଗିତା ଆପଣଙ୍କ ପାଇଁ କେତେ ଅର୍ଥପୂର୍ଣ୍ଣ ଥିଲା ଓ ଏଥି ପାଇଁ କିପରି ଭାବରେ ପ୍ରସ୍ତୁତି କରୁଥିଲେ?

ଉତ୍ତର: ମୁଁ ପିଲାଟି ଦିନରୁ ଏକ ସୁନ୍ଦରୀ ପ୍ରତିଯୋଗିତା ଜିତିବାର ସ୍ୱପ୍ନ ଦେଖିଥିଲି । ମୁଁ ଯେତେବେଳେ ବଡ ହେଲି ଏବଂ ଏ ବିଷୟରେ ଅଧିକା ଜାଣିଲି, ଏହା ମାଧ୍ୟମରେ ମୁଁ ମହତ୍ତ୍ୱପୂର୍ଣ୍ଣ ସାମାଜିକ ବିଷୟକୁ ନେଇ ବିଶ୍ୱ ସ୍ତରରେ ଲୋକମାନଙ୍କ ନିକଟରେ ମୋ ସ୍ୱରକୁ ପହଁଚେଇବାର ସମ୍ଭାବନା ମୋତେ ଅନୁପ୍ରାଣିତ କଲା ।  ଏ ପ୍ରତିଯୋଗିତା ପାଇଁ ମୋର ପ୍ରସ୍ତୁତି ଆଜୀବନ । ମୋର ଲାଳନ ପାଳନ, ଶିକ୍ଷା, ନୃତ୍ୟ ସଂଗୀତ ଅଭିନୟ ଗାୟନ ତଥା ମଡେଲିଙ୍ଗ କରିବାର ଉତ୍କଣ୍ଠା ଏବଂ ମୋର ସମଗ୍ର ବ୍ୟକ୍ତିତ୍ୱ ମୋତେ ଏହି ପ୍ରତିଯୋଗିତାରେ ସଫଳତା ହାସଲ କରିବା ପାଇଁ ପ୍ରସ୍ତୁତ କରାଇଛି ।

ପ୍ରଶ୍ନ: ବିଚାରକମଣ୍ଡଳୀ ଦ୍ୱାରା ଆପଣ ନିଜକୁ କେମିତି ଜୋଡି ପାରିଲେ? ପ୍ରତିଯୋଗିତାର କୌଣସି ସମୟରେ ଆପଣଙ୍କୁ ଲାଗିଛି ଏ ପ୍ରତିଯୋଗିତା ଆପଣ ଜିତିବେ ବୋଲି?

ଉତ୍ତର: ମୋର ଅନ୍ତଃପ୍ରକାଶ, ଅକୃତିମତା, ବିନୟ ଏବଂ ଆତ୍ମବିଶ୍ୱାସ ମୋତେ ଏହି ପ୍ରତିଯୋଗିତାରେ ବିଜୟୀ ହେବାକୁ ଦେଇଛି ବୋଲି ମୋର ଆଶା । ପ୍ରତିଯୋଗିତା ପୂର୍ବରୁ ଗୋଟିଏ ସାତଦିନିଆ କାର୍ୟ୍ୟଶାଳାରେ ପ୍ରତ୍ୟେକ ସହଭାଗୀକୁ ତାର ନୃତ୍ୟ, କାଟ୍‌ୱାକ୍, ବ୍ୟକ୍ତିତ୍ୱ ଇତ୍ୟାଦି ବିଷୟରେ ନିର୍ଣ୍ଣୟ କରାଯାଉଥିଲା ଯେଉଁଠୁ ମୋର ସହଭାଗୀ ମାନଙ୍କ ନିକଟରୁ ମୋ ବିଷୟରେ ସକାରାତ୍ମକ ପ୍ରତିକ୍ରିୟା ମିଳୁଥିଲା । ଏହା ବ୍ୟତୀତ, ପ୍ରଶ୍ନୋତ୍ତର ସମୟରେ ମୋର ଉତ୍ତରରେ ଦର୍ଶକମାନଙ୍କ ଉଚ୍ଚ କୋଳାହଳ ଓ କରତାଳିରୁ ମୋର ଜିତିବାର ବିଶ୍ୱାସ ଦୃଢୀଭୂତ ହେଲାପରି ଲାଗୁଥିଲା ।

ଘଓକଓଞଇ ଏଇଘଞଇଣଇଞ-୧ପ୍ରଶ୍ନ: ଆପଣ ବିଭିନ୍ନ ଯାଗାରେ ଅନେକ ସାଂସ୍କୃତିକ କାର୍ୟ୍ୟକ୍ରମରେ ଭାଗ ନିଅନ୍ତି । ଆପଣଙ୍କ ଭିତରେ କେମିତି ଓ କେବେ ଏ ଇଛା ଜାଗୃତ ହେଲା?

ଉତ୍ତର: ପିଲା ଦିନରୁ ହିଁ ପ୍ରଦର୍ଶନ କଳା ପ୍ରତି ମୋର ଗଭୀର ଆଗ୍ରହ । ମୋ ମାଆଙ୍କ ପ୍ରୋତ୍ସାହନ ତଥା ସମର୍ଥନରେ ମୁଁ ଅନେକ ସାଂସ୍କୃତିକ କାର୍ୟ୍ୟକ୍ରମରେ ଭାଗ ନେଇଛି ଏବଂ ପୁରସ୍କାର ଓ ଲୋକପ୍ରିୟତା ହାସଲ କରିଛି । ନିକଟ ଅତୀତରେ କାନାଡା ଓଡିଆ ସୋସାଇଟି, ଆମେରିକା ଓଡିଆ ସୋସାଇଟି ଏବଂ ପାନୋରାମା ଇଣ୍ଡିଆର ଅନେକ ପ୍ରୋଗ୍ରାମରେ ପ୍ରଦର୍ଶନ କରିଛି ।

ପ୍ରଶ୍ନ: ଆପଣ ଜଣେ ଇଞ୍ଜିନିୟରିଂ ଛାତ୍ରୀ । ତା ସାଙ୍ଗକୁ ଏ ସବୁ ସାଂସ୍କୃତିକ କାର୍ୟ୍ୟକ୍ରମର ଚାପ । ସମୟକୁ କେମିତି ଠିକ ଭାବେ ବିନିଯୋଗ କରନ୍ତି?

ଉତ୍ତର: ପାଠ୍ୟକ୍ରମ ତଥା ପାଠ୍ୟୋତ୍ତର (ଏକ୍ସଟ୍ରାକରିକୁଲାର)କୁ ସୂଚାରୁ ରୂପେ ସମୟ ଦେବାର ଶୈଳୀକୁ ମୁଁ ସମୟ କ୍ରମେ ଶିଖି ପାରିଛି । ପ୍ରାଥମିକତାର ଉପଯୋଗ, ସୁଅବସରର ବ୍ୟବହାର ତଥା ପ୍ରତିବଦ୍ଧତାର ସନ୍ତୁଳନ ମୋତେ ମୋର କାମକୁ ଠିକ ଭାବରେ ସମ୍ପାଦନ କରିବାକୁ ଦେଇଛି।

ପ୍ରଶ୍ନ: ଆପଣଙ୍କର ଏହାକୁ ନେଇ ଆଉ କିଛି ଭବିଷ୍ୟତ ଯୋଜନା ଅଛି? ଆଉ କୌଣସି ସୁନ୍ଦରୀ ପ୍ରତିଯୋଗିତାରେ ଯୋଗ ଦେବାପାଇଁ ଭାବୁଛନ୍ତି?

ଉତ୍ତର: ସମ୍ପ୍ରତି ମୁଁ ମଡେଲିଙ୍ଗ୍ ଓ ଅଭିନୟ ଶିଖୁଛି ଏବଂ କିଛି ସଙ୍ଗୀତ ଭିଡିଓରେ ଅଭିନୟ ମଧ୍ୟ କରିଛି । ମୁଁ ଏହି ସବୁକୁ ଜାରୀ ରଖିବି ଓ ଭବିଷ୍ୟତରେ ପ୍ରତିଯୋଗିତା ମାନଙ୍କରେ ମଧ୍ୟ ଭାଗ ନେବି।