ଓଡିଆନ୍ ନ୍ୟୁଜ

173

ରାଜ୍ୟର ୫୨୦୦ ଅଧ୍ୟାପକ ପାଇବେ ପିଛଲା ଭାବେ ବର୍ଦ୍ଧିତ ଦରମା: କ୍ୟାବିନେଟ୍‌ ନିଷ୍ପତ୍ତି

Team Odian News |

ରାଜ୍ୟର ୫୨୦୦ ଅଧ୍ୟାପକ ପାଇବେ ପିଛଲା ଭାବେ ବର୍ଦ୍ଧିତ ଦରମା:  କ୍ୟାବିନେଟ୍‌ ନିଷ୍ପତ୍ତି


ଭୁବନେଶ୍ୱର,୨୯/୧୨(ଓଡ଼ିଆନ୍ ନ୍ୟୁଜ୍‍): ନୂଆବର୍ଷ ଆଗରୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଆଣିଛନ୍ତି।  କ୍ୟାବିନେଟ ବୈଠକରେ ଆଜି ଏହି  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।  ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁସାରେ ପୁରୁଣା ହାରରେ ଦରମା ପାଉଥିବା ଅଧ୍ୟାପକଙ୍କ ଦରମା ବଢ଼ିବ। ଏହି ନିଷ୍ପତ୍ତି ପରେ ପୁରୁଣା ୟୁଜିସି ସ୍କେଲ ବଦଳରେ ନୂଆ ସ୍ଲେଲରେ ଦରମା ମିଳିବ । ବିପିୟୁଟି ଓ ଓୟୁଏଟି ଅଧ୍ୟାପକ ମଧ୍ୟ ଏଥିଯୋଗୁଁ ଲାଭବାନ୍ ହୋଇପାରିବେ ।ପିଛଲା ଭାବରେ ୨୦୧୬ ଜାନୁଆରି ପହିଲାରୁ ବର୍ଦ୍ଧିତ ଦରମା ମିଳିବ। ଏହା ଦ୍ୱାରା ରାଜ୍ୟର ମୋଟ ୫୨୦୦ ଅଧ୍ୟାପକ ଓ ଅଧ୍ୟାପିକା ଉପକୃତ ହେବେ। ଏହା ବ୍ୟତୀତ ଆଜି ୧୨ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ଲାଗିଛି ।