ଓଡିଆନ୍ ନ୍ୟୁଜ

157

କମିଲା ତେଲ ଦର ,ଭୁବନେଶ୍ୱରରେ ଡିଜେଲ ୬୮.୧୮ ଟଙ୍କା

Team Odian News |

କମିଲା ତେଲ ଦର ,ଭୁବନେଶ୍ୱରରେ ଡିଜେଲ ୬୮.୧୮ ଟଙ୍କା


ଭୁବନେଶ୍ୱର,୨୯/୧୨(ଓଡ଼ିଆନ୍ ନ୍ୟୁଜ୍‍):ଗ୍ରାହକଙ୍କ ପାଇଁ ଖୁସି ଖବର । ଆଜି ଦେଶବ୍ୟାପୀ ପେଟ୍ରୋଲ ଦର ଲିଟର ପିଛା ୧୯-୨୨ ପଇସା ଓ ଡିଜେଲ ୧୪-୧୫  ପଇସା କମିଛି । ଏହି ହ୍ରାସ ଫଳରେ  ଭୁବନେଶ୍ୱରରେ ପେଟ୍ରୋଲ ଦର ୬୮ଟଙ୍କା ୫୫ ପଇସା  ଓ  ଡିଜେଲ ଦର ୬୮.୧୮ ଟଙ୍କା ରହିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଓଡ଼ିଶାର ମାଲକାନିଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ଟ.୭୨.୨୮ ଓ ଟ. ୭୧.୮୮ ପଇସା ରହିଛି । ଅନ୍ୟପକ୍ଷରେ ଦିଲ୍ଲୀରେ ପେଟ୍ରୋଲ ଦର ୬୯.୨୬ ଓ ଡିଜେଲ ଦର ୬୩.୩୨ ଟଙ୍କାରେ ପହଞ୍ଚି ଥିବାର  ଇଣ୍ଡିଆନ ଅଏଲ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ସରକାରୀ ନିୟନ୍ତ୍ରଣମୁକ୍ତ ହୋଇଥିବାରୁ ତେଲ ଦର ଉପର ତଳ ହେଉଛି । ଗତ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅଶୋଧିତ ତେଲ ଦର ମହଙ୍ଗା ଥିବାରୁ ଦେଶରେ ପେଟ୍ରୋଲ, ଡିଜେଲ ଦର ବଢୁଥିଲା । କିନ୍ତୁ ଏବେ ଅନ୍ତର୍ଜାତୀୟ ବଜାରେ ତେଲଦର କମୁଥିବାରୁ ଦେଶରେ ଦର କମିଛି ।