ଓଡିଆନ୍ ନ୍ୟୁଜ

153

ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ

Team Odian News |

ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ  


ଗତ କିଛି ଦିନ ହେଲା ଅସୁସ୍ଥ ହୋଇ ପଡିଛନ୍ତି  ବଲିଉଡ୍‌ର ଡିସ୍କୋ ଡ୍ୟାନ୍‌ସର ମିଥୁନ ଚକ୍ରବର୍ତ୍ତୀ । ଶେଷ ଥର ପାଇଁ ତାଙ୍କୁ ଡ୍ୟାନ୍‌ସିଙ୍ଗ ରିୟାଲିଟି ସୋ’ର ଜଜ୍‌ ହିସାବରେ ଦେଖିବାକୁ ମିଳିଥିଲା । କିନ୍ତ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ଚିକିତ୍ସିତ ହେଉଛନ୍ତି। ୬୬ ବର୍ଷୀୟା  କଳାକାର  କିଛି ବର୍ଷ ଧରି ଅଣ୍ଟାରେ ଯନ୍ତ୍ରଣା ଭୋଗୁଥିଲେ। ସୂଚନା ଅନୁସାରେ, କିଛି ମାସ ଧରି ଏହି ଯନ୍ତ୍ରଣା ବଢ଼ି ଯାଇଥିଲା। କିଛିଦିନ ମୁମ୍ୱାଇରେ ଚିକିତ୍ସିତ ହେବା ପରେ ଅଧିକ ଭଲ ଚିକିତ୍ସା ପାଇଁ  ତାଙ୍କୁ ଆମେରିକା ଯାଇଛନ୍ତି। ଖବର ଅନୁସାରେ, ମିଥୁନ୍‌ଙ୍କ ସାଙ୍ଗରେ ତାଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ ଓ ବୋହୂ ମଦାଳସା ଶର୍ମା ରହିଛନ୍ତି। ମିଥୁନ୍‌ଙ୍କ ସ୍ୱାସ୍ଥ୍ୟରେ ପୂର୍ବାପେକ୍ଷା ଉନ୍ନତି ଆସିଛି। ୨୦୧୬ରେ ମଧ୍ୟ ମିଥୁନ ଚିକିତ୍ସା ପାଇଁ ଲସ୍‌ ଏଞ୍ଜେଲସ୍‌ ଯାଇଥିଲେ। ଫିଲ୍ମ ‘ଲକି’ ପାଇଁ ଏକ ଷ୍ଟଣ୍ଟ୍‌ ସିନ୍‌ ଶୁଟ୍‌ କରୁଥିବା ସମୟରେ ତାଙ୍କର ଏହି ଅଣ୍ଟା ଯନ୍ତ୍ରଣା ଆରମ୍ଭ ହୋଇଥିଲା।