ଓଡିଆନ୍ ନ୍ୟୁଜ

203

କେନ୍ଦ୍ରାପଡ଼ା: ବିଧାୟକ ଦେବେନ୍ଦ୍ର ଶର୍ମା ଓ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଧୃବ ସାହୁ ମୁହାଁମୁହିଁ

Team Odian News |

କେନ୍ଦ୍ରାପଡ଼ା: ବିଧାୟକ ଦେବେନ୍ଦ୍ର  ଶର୍ମା  ଓ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଧୃବ ସାହୁ ମୁହାଁମୁହିଁ
କେନ୍ଦ୍ରାପଡ଼ା୨୯/୧୨(ଓଡ଼ିଆନ୍ ନ୍ୟୁଜ୍‍): ଜିଲ୍ଲା ଯୋଜନା କମିଠି ବୈଠକରେ ଶନିବାର ବିଜେଡି ଓ କଂଗ୍ରେସର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ କଥା କଟାକଟି ବେଶ ସରଗରମ କରିଛି । ଜିଲ୍ଲା ଯୋଜନା କମିଟିର ୧୪ତମ ବୈଠକରେ ପରିବହନ ମନ୍ତ୍ରୀ ତଥା କେନ୍ଦ୍ରାପଡା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ନୃସିଂହ ସାହୁ ଯୋଗ ଦେଇଥିଲୋ ଗୋପବନ୍ଧୁ ଗ୍ରାମିଣ ଯୋଜନା ସଂପର୍କିତ ବୈଠକରେ ଆଲୋଚନା ହୋଇଥିଲାା

ଏହି ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ଗୋପବନ୍ଧୁ ଗ୍ରାମିଣ ଯୋଜନାରେ ଯେତିକି ଆଲୋଚନା ହେଉଛି ସେତିକି କାର‌୍ୟ୍ୟାଦେଶ ବଂଟା ଯାଉଛି । ତେବେ ତର୍ଜମା କରିବାର ଆବଶ୍ୟକତା କାହିଁକି ରହିଛି ବୋଲି ପଚାରିଥିଲେ ରାଜନଗର ବିଧାୟକ ଅଂଶୁମାନ ମହାନ୍ତି । ଏହି ପ୍ରସଙ୍ଗରେ ମନ୍ତ୍ରୀ ଉତ୍ତର ଦେବା ପରିବର୍ତ୍ତେ ରାଜନଗର ବିଧାୟକ ବିଭ୍ରାନ୍ତିକର ତଥ୍ୟ ପରିବେଷଣ କରୁଛନ୍ତି ବୋଲି କହିଥିଲେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଧୃବ ସାହୁ । ଏହାକୁ ନେଇ ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ ।ହଟ୍ଟଗୋଳକୁ ପ୍ରତିବାଦ କରିଥିଲେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା । ସେ କହିଥିଲେ, ବିଧାୟକ ଲ ମେକର କନ୍ତୁ ଧୃବ ସାହୁ ଜଣେ ସାଧାରଣ ଲୋକ। ଏଣୁ ତାଙ୍କର ଏଥିରେ ହସ୍ତକ୍ଷେପ କରିବାର କିଛି ନାହିଁ । ସେ ନିର୍ବାଚନରେ ହାରି ମଧ୍ୟ ନିଜକୁ ବିଧାୟକ ବୋଲି ଭାବୁଛନ୍ତି । ଉଭୟଙ୍କ ଏଭଳି କଳିରେ ସମସ୍ତେ ନିରବ ରହିଥିଲେ । ପରେ ଏହା ସମାଧାନ ହୋିଇଥିିଲେ ମଧ୍ୟ ଏହା କେନ୍ଦ୍ରାପଡା ରାଜନୀତିକୁ ସରଗରମ କରିଛି । ଏହି କାର‌୍ୟ୍ୟକ୍ରମରେ ମନ୍ତ୍ରୀ ନୃସିଂହ ସାହ, ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରଔାଲା, ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନଓ ପରିଡା, ଜିଲ୍ଲାପାଳ ଦାଶରଥି ଶତପଥୀ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଭିନ୍ନ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।