ଓଡିଆନ୍ ନ୍ୟୁଜ

127

ମନ୍ କି ବାତ୍‌ରେ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Team Odian News |

ମନ୍ କି ବାତ୍‌ରେ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୩୦/୧୨(ଓଡ଼ିଆନ୍ ନ୍ୟୁଜ୍‍): ଚଳିତ ବର୍ଷର ଶେଷ ମନ୍ କି ବାତ୍ କାର‌୍ୟ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ୨୦୧୮ର ଅନ୍ତିମ କାର‌୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରସଙ୍ଗରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।  କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ କାର‌୍ୟ୍ୟକ୍ରମର ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି  ପ୍ରଧାନମନ୍ତ୍ରୀ। ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ପ୍ରସଙ୍ଗ ଉଠାଇ ଭାରତର ପ୍ରଦର୍ଶନ କୁ ପ୍ରଶଂସା ମଧ୍ୟ କରିଛନ୍ତି।ମୋଦି ମକର ସଂକ୍ରାନ୍ତିର ଶୁଭକାମନା ଜଣାଇବା ସହିତ ୨୦୧୯ ନୂଆ ବର୍ଷ ପାଇଁ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉତ୍ତର ପ୍ରଦେଶରେ ଆୟୋଜିତ ହେବାକୁ ଥିବା କୁମ୍ଭମେଳା ସମ୍ପର୍କରେ ସୂଚନା ଦେବା ସହ କୁମ୍ଭ ସହ ଯୋଡ଼ି ହେବାକୁ ଆମନ୍ତ୍ରଣ କରିଛନ୍ତି ମୋଦି।