ଓଡିଆନ୍ ନ୍ୟୁଜ

150

ଶୀତରେ ଥରୁଛି ରାଜ୍ୟ ,୧୪ ସହରର ପାରଦ ୮ ଡିଗ୍ରୀ ତଳେ

Team Odian News |

ଶୀତରେ ଥରୁଛି ରାଜ୍ୟ ,୧୪ ସହରର ପାରଦ ୮ ଡିଗ୍ରୀ ତଳେ


ଭୁବନେଶ୍ୱର,୩୦/୧(୨ଓଡ଼ିଆନ ନ୍ୟୁଜ) :ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି: ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲ୍‌ସିଅସ୍; ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ତାପମାତ୍ରା କମ୍ ରହିବା ସମ୍ଭାବନା, ବ୍ୟାପକ ଅଞ୍ଚଳରେ ତୁଷାରପାତ; ଫୁଲବାଣୀରେ ତାପମାତ୍ରା ୪.୫ ଡିଗ୍ରୀ ରହିଛି । ସେହିଭଳି ରାଜଧାନୀରେ ଥଣ୍ଡା ରେକର୍ଡ ଭାଙ୍ଗିଛି। ଆଜି ପାରଦ ୯.୫ଡିଗ୍ରିକୁ ଖସିଛି। ଯାହାକି ଗତ କିଛି ବର୍ଷ ମଧ୍ୟରେ ସବୁଠୁ ସର୍ବନିମ୍ନ ତାପମାତ୍ରା। ଗତ ସପ୍ତାହ ହେଲା ରାଜଧାନୀର ତାପମାତ୍ରା ୧୦ରୁ ୧୩ଡିଗ୍ରି ମଧ୍ୟରେ ରହୁଥିବା ବେଳେ ଆଜି ହଠାତ୍ ୧୦ଡିଗ୍ରି ତଳକୁ ଖସିଯାଇଛି। ୧୪ ସହରର ପାରଦ ୮ ଡିଗ୍ରୀ ତଳେ ରହିଛି, ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ, ଫୁଲବାଣୀ ୪.୫, ଅନୁଗୋଳ ୫.୬, ସୁବର୍ଣ୍ଣପୁର ୬, କେନ୍ଦୁଝର ୬.୪, ଭବାନୀପାଟଣା ୬.୫, ଟିଟିଲାଗଡ଼ ୭, ଝାରସୁଗୁଡ଼ା ୭, ବଲାଙ୍ଗିର ୭.୧, କୋରାପୁଟ ୭.୨, ସମ୍ବଲପୁର ୭.୩, ବାଲେଶ୍ୱର ୭.୮, ସୁନ୍ଦରଗଡ଼ ୮, ଭୁବନେଶ୍ୱର ଓ କଟକର ତାପମାତ୍ରା ୮.୨ ଡିଗ୍ରୀ।