ଓଡିଆନ୍ ନ୍ୟୁଜ

756

ଚିର ଯୌବନର ରହସ୍ୟ,ଅମୃତ ଲତା ଅମୃତା ।

Team Odian News |

ଚିର ଯୌବନର ରହସ୍ୟ,ଅମୃତ ଲତା ଅମୃତା  । 
ଏଭଳି ଏକ ଲତା ଆମ ପୃଥିବୀରେ ଅଛି, ଯାହାକି ପୁରାଣରେ ବର୍ଣ୍ଣନା କରାଯାଇଥିବା ଅମୃତ ସହ ସମତୁଲ୍ୟ । ତାହାର ଗୁଣକୁ ପରୀକ୍ଷା କରି ମହର୍ଷିମାନେ ତାହାକୁ ଅମୃତା ବୋଲି କରିଛନ୍ତି । ଯାହାକୁ ଆମେ ସାଧାରଣ ଭାଷାରେ ଗୁଡୁଚୀ ବା ଗିଲୋୟ ଲତା କହିଥାଉ  । ଏହା ଭାରତର ସମସ୍ତ ଅଞ୍ଚଳରେ ଦେଖାଯାଏ । ନିକଟରେ ଭାରତ ସରକାର ଏହା ଗୁଣର ମହତ୍ତ୍ୱକୁ ଉପଲବ୍ଧି କରି ଏହାକୁ ରାଷ୍ଟ୍ରୀୟ ଔଷଧି ରୂପରେ ଗ୍ରହଣ କରିଛନ୍ତି । ଏହି ଲତାର ସମସ୍ତ ଅଂଶ ବହୁ ଗୁଣକାରୀ । ଏହାର ମୁଖ୍ୟକାର୍ଯ୍ୟ ହେଲା ରୋଗ ପ୍ରତିଷେଧକ ସୃଷ୍ଟି କରିବା । ଏଣୁ ଏହା ସମସ୍ତ ରୋଗକୁ ନଷ୍ଟ କରିଥାଏ । ଶରୀରରେ ଇମ୍ୟୁନିଟି ବା ରୋଗ ପ୍ରତିଷେଧକ ଶକ୍ତିକୁ ଏହା ବଢାଇ ଥାଏ । ଏହି ଲତାକୁ ଆମେ ବିଭିନ୍ନ ଭାବରେ ଗ୍ରହଣ କରିପାରିବା । ଏହା ଶରୀର ପାଇଁ ବହୁ ଉପକାରୀ ହୋଇ ଚିର ଯୌବନ ପ୍ରଦାନ କରିଥାଏ । ପ୍ରତ୍ୟେକ ଦିନ ଏହି ଲତାକୁ କଞ୍ଚା ଅବସ୍ଥାରେ ଏକ ଚାଖଣ୍ଡ ହିସାବରେ ନେଇ ତାକୁ ପରିଷ୍କାର କରି କୁଟିକରି ପାଣିରେ ଚକଟି ଛାଣିକରି ପିଇଲେ ଉପକାର ମିଳିଥାଏ । ଅଥବା ଶୁଷ୍କ କରି ଗୁଣ୍ଡ କରି ୫ଗ୍ରାମ ହିସାବରେ ଗ୍ରହଣ କଲେ ତାହା ଆମ ଶରୀରକୁ ବିଭିନ୍ନ ରୋଗରୁ ମୁକ୍ତି ମିଳିିଥାଏ ।
ଡ଼ା.ଚଣ୍ଡାଂଶୁ ଭୂଷଣ ସୂତାର