ଓଡିଆନ୍ ନ୍ୟୁଜ

183

ଚତୁର୍ଥ ଥର ପାଇଁ ଶେଖ୍‌ ହସିନା ହୋଇପାରନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ

Team Odian News |

ଚତୁର୍ଥ ଥର ପାଇଁ ଶେଖ୍‌ ହସିନା ହୋଇପାରନ୍ତି  ବାଂଲାଦେଶ ପ୍ରଧାନମନ୍ତ୍ରୀ 


ବାଂଲାଦେଶ,୩୧/୧୨(ଓଡ଼ିଆନ ନ୍ୟୁଜ): ବାଂଲାଦେଶ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ନେତୃତ୍ୱାଧୀନ ବାଂଲାଦେଶ ଆଓ୍ଵାମୀ ଲିଗ୍‌ ଲ୍ୟାଣ୍ଡସ୍ଲାଇଡ଼୍‌ ବିଜୟ ହାସଲ କରିଛି। ଚତୁର୍ଥ ଥର ପାଇଁ ସେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।  ନିର୍ବାଚନ ଫଳାଫଳ ଆଜି ସଂଧ୍ୟାରେ ଅନୁଷ୍ଠାନିକ ଭାବେ ବାଂଲାଦେଶ ନିର୍ବାଚନ କମିସନ ଘୋଷଣା କରିବେ । ତେବେ ସ୍ଥାନୀୟ ଗଣମାଧ୍ୟ ଓ ଟିଭି ଚ୍ୟାନେଲଗୁଡିକରୁ ହସିନାଙ୍କ ପାର୍ଟି ବିଜୟୀ ହୋଇଥିବା ସୂଚନା ମିଳିଛି ।  ୩ଶହ ଆସନରୁ ୨୯୯ଟି ସଂସଦୀୟ ଆସନ ପାଇଁ ଭୋଟିଂ ହେବା ପରେ କାଲି ଗଣତି ଆରମ୍ଭ ହୋଇଥିଲା । କେବଳ ହସିନାଙ୍କ ପାର୍ଟିକୁ ୧୫୧ଟି ଆସନ ମିଳିଥିବା ବେଳେ ତାଙ୍କ ମେଂଟ ୧୯୧ ଆସନରେ ବିଜୟୀ ହୋଇଛନ୍ତି । ବାଂଲାଦେଶ ସାଧାରଣ ନିର୍ବାଚନରେ ପୁଣି ଜଣେ କ୍ରିକେଟିୟର ସାଂସଦଭାବେ ନିର୍ବାଚିତ ହୋଇଛନ୍ତି। ବାଂଲାଦେଶ ଦିନିକିଆ ଦଳର ଅଧିନାୟକ ମୁସାରଫ ମୋର୍ତାଜା ରେକର୍ଡ ସଂଖ୍ୟକ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ପୁଲିଂ ହୋଇଥିବା ଭୋଟ୍‌ର ପ୍ରାୟ ୯୬ ପ୍ରତିଶତ ଭୋଟ୍‌ ମୁର୍ତାଜାଙ୍କୁ ମିଳିଥିବା ବେଳେ ତାଙ୍କର ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କ ଅମାନତ ଜବତ ହୋଇଛି।