ଓଡିଆନ୍ ନ୍ୟୁଜ

121

ଆଜିଠୁ ମିଳିଲା ରାତିରେ ଆହାର

Team Odian News |

ଆଜିଠୁ ମିଳିଲା ରାତିରେ ଆହାର


ଭୁବନେଶ୍ୱର,୩୧/୧୨(ଓଡ଼ିଆନ ନ୍ୟୁଜ): ରାତିରେ ମିଳିଲା ଆହାର । ଆଜିଠୁ ଆହାର ଯୋଜନାରେ ରାତ୍ରି ଭୋଜନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । କ୍ୟାପିଟାଲ ହସ୍ପିଟାଲ ପରିସରରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ପରିସରରେ ଖୋଲୁଥିବା ନୂଆ ଆହାର କେନ୍ଦ୍ରର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୬ଟି ପ୍ରମୁଖ ଚିକିତ୍ସାଳୟରେ ଥିବା ଆହାର କେନ୍ଦ୍ରରେ ଏଣିକି ରୋଗୀଙ୍କ ସମ୍ପର୍କୀୟ ଏବଂ ଚିକିତ୍ସା ପାଇଁ ଆସୁଥିବା ଜନସାଧାରଣଙ୍କ ପାଇଁ ଆହାର ଯୋଜନାରେ ରାତ୍ରିଭୋଜନ ମିଳିବ । ପ୍ରତିଦିନ ରାତି ୭ଟା ରୁ ୯ଟା ଭିତରେ ୧୫ ହଜାର ଲୋକଙ୍କୁ ୫୬ଟି ଆହାର କେନ୍ଦ୍ରରେ ରାତ୍ରିଭୋଜନର ସୁବିଧା ମିଳିବ ।