ଓଡିଆନ୍ ନ୍ୟୁଜ

127

ଆଗାମୀ ସାଧାରଣ ନିର୍ବାଚନରେ ଜନତା ବନାମ ଗଠବନ୍ଧନ ମଧ୍ୟରେ ମୁକାବିଲା ହେବ - ପ୍ରଧାନମନ୍ତ୍ରୀ

Team Odian News |

ନୂଆଦିଲ୍ଲୀ;୧/୧(ଓଡ଼ିଆନ ନ୍ୟୁଜ): ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଗଣମାଧ୍ୟମ ANIକୁ ସାକ୍ଷାତକାର ଦେଇଛନ୍ତି। ଏଥିରେ ଆଗାମୀ ସାଧାରଣ ନିର୍ବାଚନରେ ଜନତା ବନାମ ଗଠବନ୍ଧନ ମଧ୍ୟରେ ମୁକାବିଲା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ରାମ ମନ୍ଦିର ସମ୍ପର୍କିତ ଅଧ୍ୟାଦେଶ ଉପରେ ବିଚାର କରାଯିବ ବୋଲି ସେ କହିଛନ୍ତି। ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଇସ୍ତଫା ପାଇଁ କୌଣସି ଚାପ ନଥିଲା। ସେ ଗତ ସାତ ଆଠ ମାସ ଧରି ଇସ୍ତଫା ପାଇଁ କହି ଆସୁଥିଲେ ବୋଲି ସେ ସୂଚନା ଦେଇଛନ୍ତି।