ଓଡିଆନ୍ ନ୍ୟୁଜ

120

ଲୋକସଭାରେ ହଟଗୋଳ ପାଇଁ ୮ଏଆଇଏଡିଏମକେ ସାଂସଦ ୫ ଦିନ ପାଇଁ ନିଲମ୍ବିତ

Team Odian News |

ଲୋକସଭାରେ ହଟଗୋଳ ପାଇଁ ୮ଏଆଇଏଡିଏମକେ  ସାଂସଦ ୫ ଦିନ ପାଇଁ ନିଲମ୍ବିତ

 
ନୂଆଦିଲ୍ଲୀ;୨/୧(ଓଡ଼ିଆନ ନ୍ୟୁଜ):ଶୀତକାଳୀନ ଅଧିବେଶନର ତ୍ରୟୋଦଶ ଦିନରେ ଗୃହରେ ଜୋରଦାର ହଙ୍ଗାମା ହୋଇଛି । କେବଳ ହଙ୍ଗାମା ନୁହେଁ ଏଥିପାଇଁ  ୮ ଜଣ ସାଂସଦଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ । ୮ ସାଂସଦ ନିଲମ୍ବିତ ହୋଇଛନ୍ତି । ଲୋକସଭାରେ ରାଫେଲ ଡିଲକୁ ନେଇ ହଟଗୋଳ ଆରମ୍ଭ ହୋଇଥିଲା । ଯେଉଁଥିପାଇଁ ଏହି ୮ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ।ଏହି ସାଂସଦମାନେ  ଏଆଇଏଡିଏମକେ ଦଳର ଅଟନ୍ତି । ତେବେ ୫ ଦିନ ପାଇଁ ଏହି ଏଆଇଏଡିଏମକେ  ସାଂସଦଙ୍କୁ ନିଲମ୍ବିତ କରାଯାଇଛି  । ଲୋକସଭା ଚାଲିଥିବା ବେଳେ ରାଫେଲ ଡିଲକୁ ନେଇ ଏହି ସାଂସଦମାନେ ହଙ୍ଗାମା କରୁଥିଲେ । ଏହାସହ ଏହି  ହଙ୍ଗାମା ପାଇଁ ଆସନ୍ତାକାଲି ପର୍ଯ୍ୟନ୍ତ ଲୋକସଭାକୁ ସ୍ଥଗିତ ରଖାଯାଇଛି ।