ଓଡିଆନ୍ ନ୍ୟୁଜ

175

କୁମ୍ଭୀର ଆକ୍ରମଣରେ ମହିଳା ଆହତ

Team Odian News |

କୁମ୍ଭୀର ଆକ୍ରମଣରେ ମହିଳା ଆହତ
କେନ୍ଦ୍ରାପଡ଼ା ,୨୯/୯(ଓଡ଼ିଆନ୍‍ ନ୍ୟୁଜ୍‍) କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବଳଭଦ୍ରପ୍ରସାଦ ଗାଁରେ କୁମ୍ଭୀର ଆକ୍ରମଣରେ ଜଣେ ମହିଳା ଆହତ ହୋଇଛନ୍ତି। ତାଙ୍କ ନାଁ ଲକ୍ଷ୍ମୀପ୍ରିୟା ରାଉତ। ତାଙ୍କ ଡାହାଣ ଜଂଘରେ କ୍ଷତ ହୋଇଛି। ଘଟଣାସ୍ଥଳରେ ଗାଁ ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଗତକାଲି ସଂଧ୍ୟାରେ ଲକ୍ଷ୍ମୀପ୍ରିୟା ପାଖ ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା  ପ୍ରକାଶଥାଉକି ଗତ କିଛି ଦିନ ମଧ୍ୟରେ ରାଜନଗର ଅଞ୍ଚଳରେ କୁମ୍ଭୀର ଆକ୍ରମଣରେ ୪ ଜଣ ଆହତ ହୋଇଥିବାର ଜଣାପଡ଼ିଛି  । ଏହି କାରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି  ।