ଓଡିଆନ୍ ନ୍ୟୁଜ

140

କେନ୍ଦ୍ରାପଡ଼ା: ନିପାଣିଆ ନିକଟରେ ବୁଡ଼ିଗଲା ଡଙ୍ଗା, ଜଣେ ମୃତ, ୮ ନିଖୋଜ, ହୁକିଟୋଲା ବତୀଘରଠାରୁ ପିକ୍‌ନିକ୍‌ ସାରି ଡଙ୍ଗାରେ ଫେରୁଥିଲେ

Team Odian News |

କେନ୍ଦ୍ରାପଡ଼ା; ୨/୧(ଓଡ଼ିଆନ ନ୍ୟୁଜ): ମୁହାଣର ନିପାଣିଆରେ ଡଙ୍ଗା ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ନିଖୋଜ ଅଛନ୍ତି।ହୁକିଟୋଲା ବତୀଘର ଠାରୁ ପିକ୍‌ନିକ୍ ସାରି ଡଙ୍ଗାରେ ଫେରୁଥିବା ବେଳେ ଡଙ୍ଗା ବୁଡ଼ିଯାଇଥିଲା। ପାରାଦୀପର କୁଜଙ୍ଗ ଅଞ୍ଚଳରୁ କିଛି ବ୍ୟକ୍ତି ପିକ୍‌ନିକ୍ କରିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ହୋଇଛି। ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସ୍ଥଳରେ କେନ୍ଦ୍ରାପଡା ଜିଲ୍ଲାପାଳ ଦାଶରଥୀ ଶତପଥୀ ଏବଂ ଉପଜିଲ୍ଲାପାଳ ସଞ୍ଜୟ ମିଶ୍ର ପହଞ୍ଚଛନ୍ତି । କଟକରୁ ଓଡ୍ରାଫ୍ ଟିମ୍ ଉଦ୍ଧାର ପାଇଁ ଅସୁଛନ୍ତି ।