ଓଡିଆନ୍ ନ୍ୟୁଜ

186

କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଡଙ୍ଗା ବୁଡ଼ି ଘଟଣା :ଗାଁ ମଶାଣିରେ ସମୂହ ଅନ୍ତିମ ସଂସ୍କାର

Team Odian News |

କେନ୍ଦ୍ରାପଡ଼ା ମହାକାଳପଡ଼ାରେ  ଡଙ୍ଗା ବୁଡ଼ି ଘଟଣା :ଗାଁ ମଶାଣିରେ ସମୂହ ଅନ୍ତିମ ସଂସ୍କାର 


କେନ୍ଦ୍ରାପଡ଼ା,/୧(ଓଡ଼ିଆନ ନ୍ୟୁଜ):କେନ୍ଦ୍ରାପଡ଼ା ମହାକାଳପଡ଼ାର ନିପାଣିଆରେ ବୁଧବାର ଡଙ୍ଗା ବୁଡ଼ି ୧୦ ମୃତ ହେବା ଘଟଣା ସାରା ରାଜ୍ୟରେ ଶୋକର ଛାୟା ଖେଳି ଦେଇଛି । ଏବେ ସୁଦ୍ଧା ଜଣେ ନିଖୋଜ ଅଛନ୍ତି`। ଆଜି ସନ୍ଧ୍ୟାରେ ୧୦ ଶବକୁ  କୁଜଙ୍ଗ ହସିଣା ଗାଁ ମଶାଣିରେ ସମୂହ ଅନ୍ତିମ ସଂସ୍କାର କରାଯାଇଛି । ମୃତକଙ୍କ ମଧ୍ୟରେ ୨ ମହିଳା ଓ ୮ ଜଣ ଶିଶୁ ରହିଛନ୍ତି । ଗୋଟିଏ ଜୁଇରେ ଜଳିଛି ମାଆ-ପୁଅଙ୍କ ମୃତଦେହ। ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ କୁଜଙ୍ଗ ହସିଣା ଗାଁ ମଶାଣିରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଆହତମାନେ ଚିକିଛିତ ହେଉଛନ୍ତି । ଏହି ଅଘଟଣ ଘଟିଥିବା ଡଙ୍ଗାରେ  ୫୫ ଜଣ  ଯାତ୍ରୀ ଥିଲେ । ଦୁର୍ଘଟଣାର କାରଣ ଏବେ ପର୍ଯ୍ୟନ୍ତ ସଠିକ ଭାବରେ ଜଣା ପଡ଼ିନଥିବା ବେଳେ ଅଧିକା ଯାତ୍ରୀ ଥିବା କାରଣରୁ ଘଟି ଥାଇପାରେ ବୋଲି ପ୍ରାଥମିକ ଅନୁସନ୍ଧାନରୁ କୁହାଯାଉଛି । ତେବେ ଏଭଳି ଘଟଣା ପଛରେ ଅନେକ କାରଣ ଦାୟୀ । ଏଠାରେ ସରକାରଙ୍କ ପକ୍ଷରୁ ବିଶେଷ ସୁବିଧା ନଥିବାରୁ  ହୁକିଟୋଲା ଯାତାୟାତ ପାଇଁ ଲୋକମାନେ ଘରୋଇ ଡଙ୍ଗା ଉପରେ ନିର୍ଭର କରନ୍ତି । ଆଉ ଏହି ଘରୋଇ ଡ଼ଙ୍ଗା ମଧ୍ୟରୁ ଅନେକଙ୍କର ଲାଇସେନ୍ସ ନାହିଁ ତ କେତେକର ଅବସ୍ଥା କହିଲେ ନସରେ । ଏହାସହ ଅଧିକା ଟଙ୍କା ଆଶାରେ ଆବଶ୍ୟକଠୁ ଅଧିକା ଲୋକ ଆଣୁଛନ୍ତି । ଏହାସହ  ଵିପଦାପଦକୁ ସେଥିରେ ଲାଇଫିଗାର୍ଡ଼ ବ୍ୟବସ୍ଥା ରହୁନି । ଯଦି ଏଭଳି ବ୍ୟବସ୍ଥା ଥାନ୍ତା ହୁଏତ ଏହିଭଳି ଗୋଟିଏ ଅଘଟଣକୁ ଏଡେଇ ହୋପାରିଥାନ୍ତା  । ଡଙ୍ଗାବୁଡି ନେଇ ଏସଆରସି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ  କହିଲେ ,ଲାଇସେନ୍ସ କି ଲାଇଭ ଜ୍ୟାକେଟ ନଥିବାରୁ ହେଲା ଅଘଟଣ। ଏହି କାରଣରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଡ଼ଙ୍ଗାବୁଡି  ଘଟଣା ସାମ୍ନାକୁ ଆସୁଛି  । ଏବେ ସରକାର ତତ୍ପରତା ପ୍ରକାଶ କରିବା ଉଚିତ ।