ଓଡିଆନ୍ ନ୍ୟୁଜ

156

ସ୍ୱାମୀ ଆୟପ୍ପା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ହିଂସା ୨୬୬ ଗିରଫ ଜଣେ ମୃତ

Team Odian News |

ସ୍ୱାମୀ ଆୟପ୍ପା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ହିଂସା ୨୬୬ ଗିରଫ ଜଣେ ମୃତ 


କେରଳ,୩/୧(ଓଡ଼ିଆନ ନ୍ୟୁଜ): ସାବରିମାଳାର ସ୍ୱାମୀ ଆୟପ୍ପା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଅସନ୍ତୋଷ ଦେଖାଦେଇଛି । ସାରା ରାଜ୍ୟରେ ବିଜେପି ଓ ପରମ୍ପରାବାଦୀଙ୍କ ପକ୍ଷରୁ ୨ ଦିନିଆ ବନ୍ଦ ପାଳନ କରାଯାଇଛି । ଆଜି ବନ୍ଦ ପାଳନ ବେଳେ ବ୍ୟାପକ ହିଂସାକାଣ୍ଡ ହୋଇଛି । ଏଥିରେ ଜଣକର ମୃତ୍ୟୁ ଘଟିଛି। ରାଜ୍ୟର ବିଭିନ୍ନ ସହରରେ ବିଜେପି ସମର୍ଥନରେ ସାବରିମାଳା କର୍ମ ସମିତି ବନ୍ଦ ପାଳନ କରିଛି। କୋଝିକୋଡ଼େ, କୋଚି, ତିଭେନ୍ଦ୍ରମ,ପଲ୍ଲକଡ଼ ଓ ଥ୍ରୀସୁରରେ ବନ୍ଦ ପାଳନବେଳେ ହିଂସାକାଣ୍ଡ ହୋଇଛି। ସେପଟେ ବନ୍ଦ ପାଳନକୁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ।ମନ୍ଦିରରେ ୫୦ ବର୍ଷରୁ କମ୍ ବୟସର ୨ ଜଣ ମହିଳାଙ୍କ ପ୍ରବେଶକୁ ନେଇ ଏହି ହିଂସାକାଣ୍ଡ ଘଟିଛି। ପରମ୍ପରା ରକ୍ଷା ନାଁରେ ସାବରିମାଳା କର୍ମ ସମିତି ପକ୍ଷରୁ ସାରା ରାଜ୍ୟରେ ବନ୍ଦ ପାଳନ ହୋଇଛି । ଏପରିକି ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ କରାଯାଇଛି ଗତକାଲି ଓ ଆଜି ୭୫ଟି ସରକାରୀ ବସ ଭଙ୍ଗାରୁଜା କରାଯାଇଥିବାବେଳେ ୩୧ ଜଣ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଛି । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଛି । ଏହି ଘଟଣାରେ ୨୬୬ ଜଣଙ୍କୁ ଗିରଫ କରାଯାଇଛି ଏବଂ ୩୬୬ଜଣଙ୍କୁ ପୁଲିସ ନିଜ ହେପାଜତଙ୍କୁ ନେଇଛି।