ଓଡିଆନ୍ ନ୍ୟୁଜ

133

ବାତ୍ୟା ‘ପାବୁକ’ ପ୍ରଭାବରେ୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ

Team Odian News |

ନୂଆଦିଲ୍ଲୀ: ୪/୧(ଓଡ଼ିଆନ୍ ନ୍ୟୁଜ) ଦକ୍ଷିଣ ଚୀନ୍‌ ସାଗର ଉପରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଏବେ ଭୟଙ୍କର ରୂପ ନେଇଛି। ଏହାର ନାଁ ‘ପାବୁକ’ ରଖାଯାଇଛି। ଏହା ଏବେ ଆହୁରି ଭୟଙ୍କର ରୂପ ନେଇ ଜାନୁଆରୀ ୫ ସୁଦ୍ଧା ଆଣ୍ଡାମାନ ସାଗରରେ ପହଞ୍ଚିବ। ଏହା ଠାରୁ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୬ ଜାନୁଆରୀ ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ସମଗ୍ର ଆଣ୍ଡାମାନ ଦ୍ୱୀପପୁଞ୍ଜ ଉପରେ ପହଞ୍ଚିବ। ସେଠାରୁ ଏହା ଗତି ପରିବର୍ତ୍ତନ କରି ଜାନୁଆରୀ ୭ କିମ୍ବା ୮ ତାରିଖ ସୁଦ୍ଧା ଦୁର୍ବଳ ହୋଇ ମିଆଁମାର ଆଡ଼େ ଗତି କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ତେବେ ‘ପାବୁକ’ର ଓଡ଼ିଶା ଉପରେ କଣ ପ୍ରଭାବ ରହିବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ଏହାସତ୍ତ୍ୱେ ୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ବାତ୍ୟାକୁ ଦୃଷ୍ଟିରେ ରଖି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି। ବାତ୍ୟା ‘ପାବୁକ’ ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।