ଓଡିଆନ୍ ନ୍ୟୁଜ

145

ଭୁବେଶ୍ବର ବିମାନବନ୍ଦରରେ ଘରୋଇ ଗାଡ଼ି ଆଉ ପାର୍କିଂ ଫି’ ଦେବେନି

Team Odian News |

ଭୁବେଶ୍ବର ବିମାନବନ୍ଦରରେ ଘରୋଇ ଗାଡ଼ି ଆଉ ପାର୍କିଂ ଫି’ ଦେବେନି ଭୁବନେଶ୍ୱର,୪/୧(ଓଡ଼ିଆନ ନ୍ୟୁଜ):ଏଣିକି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘରୋଇ ଗାଡ଼ିକୁ ଆଉ ପାର୍କିଂ ଫି’ ଦେବାକୁ ପଡ଼ିବନି। ଯଦି ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡ଼ିବାର ଥିବ ବା ଆଣିବାର ଥିବ ତେବେ ଆଉ କାର୍‌ ପିଛା ୫୫ଟଙ୍କା ଫି’ ଦେବାକୁ ପଡ଼ିବନି। ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ ନୂଆ ପାର୍କିଂ ନୀତି ଆଣିଛନ୍ତି। ଘରୋଇ ଗାଡ଼ି ପିକ୍‌ ଅପ୍ ଓ ଡ୍ରପ୍‌ ପାଇଁ କୌଣସି ସମୟ ସୀମା ରହିବନି। ଏନେଇ ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷ ଗତ ଡିସେମ୍ବର ୧୦ତାରିଖରେ ନୂଆ ନୀତି ଆଣିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି। ତେବେ ବାଣିଜ୍ୟିକ ଯାନ, ଟ୍ୟାକ୍ସି ଆଦି ପାଇଁ ଏହି ନିୟମ ଲାଗୁ ହେବନି। ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ସିହ୍ନା ଏହା ଜଣାଇଛନ୍ତି।