ଓଡିଆନ୍ ନ୍ୟୁଜ

173

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରିପଦା ଗସ୍ତ ଆଜି

Team Odian News |

ବାରିପଦା, ୫/୧(ଓଡ଼ିଆନ ନ୍ୟୁଜ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତ ବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଲାଗି ଛଉ ପଡ଼ିଆରେ ବିରାଟ ଆୟୋଜନ ହୋଇଛି। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପର ଉଦ୍‌ଘାଟନ କରିବେ। ୪ ହଜାର ୫୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମାଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି। ଜାତୀୟ ରାଜପଥ ୨୧୫ର ରିମୁଳି-କୋଇଡା ମଧ୍ୟରେ ଥିବା ୪୩.୨ କି.ମି. ରାସ୍ତା, କୋଇଡା-ରାଜାମୁଣ୍ଡା ମଧ୍ୟରେ ଥିବା ୫୩.୨୫ କି.ମି. ରାସ୍ତାକୁ ୪ ଲେନ୍ କରାଯିବା ଲାଗି ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ।ଜାତୀୟ ରାଜପଥ ୬ର ସିଙ୍ଗଡ଼ା-ବିଂଜବାହାଲ ମଧ୍ୟରେ ୧୦୪.୨ କି.ମି. ରାସ୍ତାର ଶିଳାନ୍ୟାସ କରିବେ ମୋଦି। ଏହାସହ ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲ୍‌ପିଜି ପାଇପ୍‌ ଲାଇନ୍‌ ଅନ୍ତର୍ଗତ ଆଇଓସିଏଲ୍‌ର ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସେକ୍‌ସନ୍‌ର ଶୁଭାରମ୍ଭ, ଚିଲିକିଦରା-ସଗଡ଼ପଟା, ନରଣପୁର-ବସନ୍ତପୁର ରେଳ ଲାଇନ୍‌ର ଦୋହରୀକରଣ, ଟାଟା ନଗରରୁ ବାଦାମପାହାଡ଼ ପର୍ଯ୍ୟନ୍ତ ଦ୍ୱିତୀୟ ପାସେଞ୍ଜର ଟ୍ରେନ୍‌ ଚଳାଚଳ, ବାଲେଶ୍ୱର ସ୍ଥିତ ମଲ୍‌ଟି ମୋଡାଲ୍‌ ଲଜିଷ୍ଟିକ୍‌ ପାର୍କର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।