ଓଡିଆନ୍ ନ୍ୟୁଜ

211

ଅଭିନେତ୍ରୀ ନିକିତାଙ୍କ ବିୟୋଗରେ ;ଓଡ଼ିଆ ଫିଲ୍ମ ଓ ଟେଲି ଦୁନିଆରେ ଶୋକର ଛାୟା

Team Odian News |

ଅଭିନେତ୍ରୀ  ନିକିତାଙ୍କ ବିୟୋଗରେ ;ଓଡ଼ିଆ ଫିଲ୍ମ ଓ ଟେଲି ଦୁନିଆରେ ଶୋକର ଛାୟା


ଭୁବନେଶ୍ୱର,୫/୧(ଓଡ଼ିଆନ ନ୍ୟୁଜ ):ଓଡ଼ିଆ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ମୃତ୍ୟୁ ଆଜି କଟକର ଏକ ଘରୋଇ ହସ୍ପିଟାଲରେ ହୋଇଛି । ଗତକାଲି ବାପଘର ଛାତ ଉପରୁ ଖସି ପଡ଼ିଥିଲେ ନିକିତା, କଟକ ମହାନଦୀ ବିହାରରେ ନିକିତାଙ୍କ ବାପଘର। ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ମୁଣ୍ଡରେ ଆଘାତ ଲାଗିଥିଲା, ତାହା ସ୍ପଷ୍ଟ ହୋଇନି। କୁହାଯାଉଛି, ସେ ତାଙ୍କ ଘର ଛାତରୁ ପଡ଼ି ଯାଇଥିଲେ। ତାଙ୍କର ଏକ ୬ ମାସର ପୁଅ ଅଛି। ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିବା ‘ଏସିପି ନିକିତା’ ଧାରାବାହିକରେ ସେ ଅଭିନୟ କରିଥିଲେ। ଏହାସହ ସେ ଓଡ଼ିଆ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ୨୦୧୧ରେ ‘ଚୋରି ଚୋରି ମନ ଚୋରି’ ଫିଲ୍ମରେ ସେ ଅଭିନୟ କରିଥିଲେ। ଏହାପରେ ତାଙ୍କୁ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମିତ ବସିଛି ମୁଁ ଭୂତ ସାଥୀରେ’,  ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ‘ମଥାରେ ଦେଇ ପାଟ ଓଢ଼ଣୀ’ ଏବଂ ସୁଭାଶିଷ ପତିଙ୍କ ନିର୍ଦ୍ଦେଶିତ ‘ଗୁଣ୍ଡା’ ଆଦି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ତାଙ୍କ ଅଭିନିୀତ ଶେଷ ସିନେମା ଥିଲା ‘ଗୁଣ୍ଡା’ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ମୃତଦେହ ବ୍ୟବଚ୍ଛେଦ। ତାଙ୍କ ମୃତ୍ୟୁ ଖବର ଶୁଣି ଓଡ଼ିଆ ସିନେମା ଓ ଧାରାବାହିକ ଜଗତରେ ଦୁଃଖର ଛାୟା ଖେଳି ଯାଇଛି । ଏହି ଖବର ପାଇ ନିକିତାଙ୍କ ପ୍ରଶଂସକମାନେ ମର୍ମାହିତ ହୋଇପଡିଛନ୍ତି ।