ଓଡିଆନ୍ ନ୍ୟୁଜ

142

ବିନା ସୁଧରେ ମହିଳା ସ୍ୱୟଂସାହାୟକ ଗୋଷ୍ଠୀ ପାଇାପାରିବେ ଋଣ

Team Odian News |

ବିନା  ସୁଧରେ ମହିଳା ସ୍ୱୟଂସାହାୟକ ଗୋଷ୍ଠୀ ପାଇାପାରିବେ ଋଣ


ଭୁବନେଶ୍ୱର,୫/୧(ଓଡ଼ିଆନ ନ୍ୟୁଜ ):ଏଥର ବିନା  ସୁଧରେ ମହିଳା ସ୍ୱୟଂସାହାୟକ ଗୋଷ୍ଠୀ ପାଇାପାରିବେ ଋଣ । ଆଜି ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ତାଳବଣିଆ ଠାରେ ଆୟେଜିତ ରାଜ୍ୟସ୍ତରୀୟ ମିଶନ ଶକ୍ତି ମହାସମାବେଶରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଡ୍ ମନି ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ପ୍ରତ୍ୟେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କା ସହାୟତା ମିଳିବ । ଏହାସହ ଏକାସଙ୍ଗେ ପ୍ରତ୍ୟେକ ବ୍ଲକସ୍ତରୀୟ ମହାସଂଘ ପାଇଁ ୨୫ଲକ୍ଷ ଟଙ୍କା ସହାୟତା ପାଣ୍ଠି ଓ ୩ହଜାର ଟଙ୍କା ଡିଜିଟାଲା ସଶକ୍ତିକରଣ ପାଇଁ ପ୍ରଦାନ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ବର୍ତ୍ତମାନସୁଦ୍ଧା ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ମିଶନ ଶକ୍ତି ଦ୍ୱାରା ସଶକ୍ତ କରାଯାଇଛି ଏହି ସହାୟତା ଦ୍ୱାରା ଆଗାମୀ ଦିନରେ ଆହୁରୀ ଅଧିକ ମହିଳାଙ୍କୁ ଅର୍ଥନୈତିକ ଅତ୍ମନିର୍ଭରଶୀଳ କରାଯାଇପାରିବ ବୋଲି ଆଶା କରାଯାଇଛି । ଆଜିର ଏହି ମହାସମାବେଶରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୨୯ହଜାର ସ୍ୱୟଂସହାୟକ ଗୋଷ୍ଠୀର ୬୦ ସଭ୍ୟା ଯୋଗ ଦେଇଥିଲେ ।